ଥିଏଟର୍‍ ମାଲିକଙ୍କ କଥା ରଖିଲେ ସଲମାନ; ସିନେମା ହଲରେ ରିଲିଜ୍‍ ହେବ ‘ରାଧେ’

ମୁମ୍ବଇ: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ଚଳିତ ବର୍ଷ ଇଦରେ ଏହି ଫିଲ୍ମ ରିଲିଜ୍‍ ହେବ। ସବୁଠାରୁ ବଡ଼ କଥା ହେଉଛି ଫିଲ୍ମକୁ ସିନେମା ହଲରେ ରିଲିଜ୍‍ କରାଯିବ। ଏନେଇ ସଲମାନ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ଫିଲ୍ମକୁ ସିନେମା ହଲରେ ରିଲିଜ୍‍ କରିବୁ ଏବଂ ହଲ୍‍ ମାଲିକମାନେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବେ ବୋଲି ଆମର ଆଶା ରହିଛି।

ସଲମାନ ଲେଖିଛନ୍ତି ଯେ, “ସମସ୍ତ ଥିଏଟର୍‍ ମାଲିକମାନଙ୍କୁ ଉତ୍ତର ଦେବାରେ ଟିକେ ସମୟ ଲାଗିଗଲା। ମୁ ଦୁଃଖିତ, ଏଭଳି ସମୟରେ ଏହା ଏକ ବଡ଼ ନିଷ୍ପତ୍ତି। ବର୍ତ୍ତମାନ ସମୟରେ ପ୍ରେକ୍ଷାଳୟ ମାଲିକ ଓ ଏଗ୍‍ଜିବିଟରମାନଙ୍କ ଆର୍ଥିକ ସମସ୍ୟାକୁ ମୁଁ ହୃଦୟଙ୍ଗମ କରୁଛି ଏବଂ ‘ରାଧେ’କୁ ସିନେମା ହଲରେ ରିଲିଜ୍‍ କରି ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ପ୍ରତିବଦଳରେ ସେମାନଙ୍କଠାରୁ ଏହା ଆଶାକରୁଛି ଯେ, ସେମାନେ ଥିଏଟରକୁ ଆସୁଥିବା ଦର୍ଶକଙ୍କ ପାଇଁ ଅତ୍ୟଧିକ ସାବଧାନତା ଅବଲମ୍ବନ କରନ୍ତୁ। ଇଦରେ ‘ରାଧେ’କୁ ଉପଭୋଗ କରନ୍ତୁ”।

ସୂଚନାଯୋଗ୍ୟ, ସଲମାନଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ରାଧେ’କୁ ହଲରେ ରିଲିଜ୍‍ କରିବା ପାଇଁ ସାରା ଦେଶର ଥିଏଟର୍‍ ଏଗ୍‍ଜିବିଟର୍‍ ଆସୋସିଏସନ୍‍ ଦ୍ୱାରା ଅନୁରୋଧ କରାଯାଇଥିଲା।

Comments are closed.