ସଲମାନ ସବୁଠାରୁ ଧନୀ ସେଲିବ୍ରିଟି

0

ନୂଆଦିଲ୍ଲୀ : ଫୋର୍ବସ ଭାରତୀୟ ସେଲିବ୍ରିଟି-୨୦୧୮ର ୧୦୦ଜଣ ସବୁଠାରୁ ଧନୀ ସେଲିବ୍ରିଟି ମାନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ ଏକ ନମ୍ବରରେ ରହିଛନ୍ତି। ସଲମାନ ଖାନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଫୋର୍ବସ ତାଲିକାର ଶିର୍ଷରେ ଅଛନ୍ତି। ଶ୍ରେଷ୍ଠ-୧୦ ତାଲିକାରେ ଅକ୍ଷୟ କୁମାର, ଦୀପିକା ପାଦୁକୋନଙ୍କ ନାମ ସ୍ଥାନ ପାଇଛି। ବର୍ଷକୁ ୨୫୩.୨୫କୋଟି ଟଙ୍କାର ଆୟ କରି ସଲମାନ ଖାନ ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। ସଲମାନ ନିଜର ଚଳଚ୍ଚିତ୍ର ଟାଇଗର ଜିନ୍ଦା ହୈ, ରେସ୍‍-୩, ଟିଭି କାର୍ଯ୍ୟକ୍ରମ, ବିଜ୍ଞାପନରୁ ଏହି ଅର୍ଥ ଆୟ କରିଛନ୍ତି। ଖବରଅନୁସାରେ ଶ୍ରେଷ୍ଠ-୧୦୦ଜଣ ସେଲିବ୍ରିଟିଙ୍କ ଆୟ ୩,୧୪୦.୨୫କୋଟି ଟଙ୍କା। ସେଥିମଧ୍ୟରୁ ସଲମାନଙ୍କ ଆୟ ହେଉଛି ୮.୦୬ପ୍ରତିଶତ ଅର୍ଥାତ ୨୫୩.୨୫କୋଟି ଟଙ୍କା।

Leave A Reply