ସଲମନଙ୍କ ଶୋ’କୁ ଆସିଲେନି ଐଶ୍ୱର୍ଯ୍ୟା

0

ମୁମ୍ବଇ : ଅଭିନେତା ଅନିଲ କାପୁର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭୀନିତ ‘ଫନେଖାନ’ ଅଗଷ୍ଟ ୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରର ପ୍ରଚାର ପାଇଁ ସମସ୍ତ ଅଭିନେତା ଅଭିନେତ୍ରୀ ବିଭିନ୍ନ ରିଆଲିଟି ଶୋ’ ଯିବା ମଧ୍ୟ ଦେଖିବାକୁ ମିଳିଛି। ନିକଟରେ ବଲିଉଡର ଦବଙ୍ଗ ଖାନ ସଲମନଙ୍କ ରିଆଲିଟି ଶୋ’ ‘ଦଶ କା ଦମ’ରେ ମଧ୍ୟ ‘ଫନେଖାନ’ର ଅଭିନେତା, ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଚଳଚ୍ଚିତ୍ର ଦୁଇ ଜଣ ମୁଖ୍ୟ କଳାକାର ଅଭିନେତା ରାଜକୁମାର ରାଓ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆସିନଥିଲେ।

ପୂର୍ବରୁ ଐଶ୍ୱର୍ଯ୍ୟା ଓ ସଲମନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସମସ୍ତେ ଅବଗତ। ତେଣୁ ଉଭୟ କୌଣସି ସ୍ଥାନରେ ମିଶିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହି ଶୋ’ରେ ଅଭିନେତା ଅନିଲ କାପୁର, ଅଭିନେତ୍ରୀ ପିହୁ ସନ୍ଧ ଓ ଗାୟିକା ସୁନିଧି ଚୌହାନ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଐଶ୍ୱର୍ଯ୍ୟା ସଲମନଙ୍କ ଶୋ’କୁ ନ ଆସିବା ଦୁହିଁଙ୍କ ମଧ୍ୟରେ ଥିବା ଦୂରତା ଆଜି ବି ଦୂର ହୋଇନଥିବା ଜଣାପଡିଛି।

Leave A Reply