ଆଉ ଏକ ନବାଗତାଙ୍କୁ ବଲିଉଡ୍‍କୁ ଆଣିବେ ସଲମାନ୍‍

0

ନୂଆଦିଲ୍ଲୀ : ସଲମାନ୍‍ ଖାନ୍‍ ସବୁବେଳେ ବଲିଉଡ୍‍ରେ ନୂଆ ମୁହଁ କୁ ସୁଯୋଗ ଦେଇଥାନ୍ତି। ସଲମାନ୍‍ ପୂର୍ବରୁ ସୋନାକ୍ଷୀ ସିହ୍ନା, ଅର୍ଜୁନ କପୁର, ଜାହିର ଇକବାଲ୍‍, ଡେଜି ସାହାଙ୍କ ଭଳି ଅନେକ କଳାକାରଙ୍କୁ ବଲିଉଡ୍‍ରେ ସୁଯୋଗ ଦେବା ସହ ପ୍ରତିଷ୍ଠିତ କରାଇପାରିଛନ୍ତି। ସେହିଭଳି ଏବେ ସେ ଆଉ ଜଣେ ନବାଗତାଙ୍କୁ ବଲିଉଡ୍‍ରେ ସୁଯୋଗ ଦେଉଛନ୍ତି। ଖବରଅନୁସାରେ ସଲମାନ ପୂର୍ବତନ ବଲିଉଡ୍‍ ନାୟିକା ତଥା ବିଗତ ଦିନର ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନଙ୍କୁ ବଲିଉଡ୍‍ରେ ସୁଯୋଗ ଦେବାକୁ ଯାଉଛନ୍ତି। କିଛିଦିନତଳେ ସଲମନ ଖାନ୍‍ ନିଜ ପିଲାଦିନର ବନ୍ଧୁଙ୍କ ପୁଅ ଜାହିର ଇକବାଲଙ୍କୁ ବଲିଉଡ୍‍ରେ ଏଣ୍ଟ୍ରି କରାଇଥିଲେ। ସୂଚନାମୁତାବକ ଜହିର ଓ ପ୍ରନୂତମ, ସଲମାନ ଖାନଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେବେ ନିର୍ଦେଶକ ନିତିନ କକ୍କଡ।

Leave A Reply