ଫୋବର୍ସ ତାଲିକା : ବିଶ୍ୱର ୧୦ ଧନୀ କଳାକାର ମଧ୍ୟରେ ଅକ୍ଷୟ ଓ ସଲମନ

0

ନୂଆଦିଲ୍ଲୀ : ଫୋବର୍ସ ମାଗାଜିନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଶ୍ୱର ଧନୀ କଳାକାର ତାଲିକା ପ୍ରକାଶ ପାଇଛି। ଏହି ଫୋବର୍ସ ତାଲିକାରେ ହଲିଉଡ କଳାକାର ଷ୍ଟାର ଜର୍ଜ କ୍ଲୁନି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ୧୦ଜଣ ଧନୀ କଳାକାର ମଧ୍ୟରେ ବଲିଉଡର ଅକ୍ଷୟ କୁମାର ଓ ସଲମନ ଖାନଙ୍କ ନାମ ସ୍ଥାନ ପାଇଛି। ପ୍ରଥମ ସ୍ଥାନ ଅଧିକାର କରିଥିବା ଜର୍ଜ କ୍ଲୁନିଙ୍କ ଆୟ ୨୩.୯ କୋଟି ଡଲାର ରହିଛି। ସେହିପରି ଅକ୍ଷୟ କୁମାରଙ୍କ ଆୟ ୪.୦୫ କୋଟି ଡଲାର ଥିବାବେଳେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ସଲମନ ଖାନଙ୍କ ୩.୮୫କୋଟି ଡଲାର ଆୟ କରି ନବମ ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ନିକଟରେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଗୋଲ୍ଡ’ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ଭରପୁର ଉପଭୋଗ କରିଛନ୍ତି। କିଛିଦିନ ତଳେ ମୁକ୍ତିଲାଭ କରିଥିବା ବଲିଉଡ ଭାଇଜାନ ସଲମନ ଖାନଙ୍କ ‘ରେସ୍‍-୩’କୁ ଦର୍ଶକୀୟ ସମର୍ଥନ ମିଳିନାହିଁ। ଯାହାଫଳରେ ଫୋବର୍ସ ତାଲିକାରେ ଅକ୍ଷୟ କୁମାର ସଲମନ ଖାନଙ୍କ ଠାରୁ ଉପରେ ରହିଛନ୍ତି।

Leave A Reply