ଟଙ୍କା ନ ଦେବା ପାଇଁ ସେଲ୍ସ ମ୍ୟାନଙ୍କୁ ହତ୍ୟା ଉଦ୍ୟମ କରିଥିବା ମହିଳା ଗିରଫ

0

କୋଲକାତା.- କିଣିଥିବା ଜିନିଷର ଟଙ୍କା ନ ଦେବା ପାଇଁ ୨ ଜଣ ସେଲ୍ସ ମ୍ୟାନଙ୍କୁ ହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ କୋଲକତା ପୁଲିସ ଗିରଫ କରିଛି । ନୂଆ ଆଲିପୁରର ଜଣେ ୫୦ ବର୍ଷୀୟ ମହିଳା ଏକ ବୈଦ୍ୟୁତିକ ଚିମିନି କିଣିଥିଲେ । ମାସେ ପରେ ଏହାକୁ ବିକ୍ରି କରିଥିବା ଦୁଇଜଣ ସେଲ୍ସ ମ୍ୟାନ ଟଙ୍କା ନେବା ପାଇଁ ମହିଳାଙ୍କ ଘରକୁ ଆସିଥିଲେ । ସେ  ସେଲ୍ସମ୍ୟାନ ଦୁଇ ଜଣଙ୍କୁ ନିଶା ମିଶ୍ରିତ ଥଣ୍ଡାପାନୀୟ ଦେଇଥିଲେ । ଅମିତ ଚକ୍ରବର୍ତ୍ତୀ ନାମକ ସେଲ୍ସମ୍ୟାନ ଏହାକୁ ପିଇବା କ୍ଷଣି ଚେତା ହରାଇଥିଲେ । ଏହାପରେ ସାଙ୍ଗରେ ଥିବା ସୋମନାଥ ନାମକ ସେଲ୍ସମ୍ୟାନ ତାଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରିବାକୁ ଚେଷ୍ଟା କରିଥିଲେ  ମାତ୍ର  ମହିଳା ଜଣଙ୍କ ସୋମନାଥଙ୍କୁ ଏପରି କରିବା ପାଇଁ ବାରଣ କରିଥିଲେ । ଏହାପରେ ନିଜ କୁକୁରକୁ ଖୋଲି ଦେଇ ସୋମନାଥଙ୍କ ଉପରକୁ ଛାଡି ଦେଇଥିଲେ । ସୋମନାଥ କୌଣସି ମତେ ସେଠାରୁ ଖସିଯାଇ ନୂଆ ଆଲିପୁର ଥାନାରେ ଆସି ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳକୁ ଯାଇ ଅମିତ ଚକ୍ରବର୍ତୀକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ପୁଲିସ ଅଭିଯୋଗ ପାଇବା ପରେ ମହିଳା ଜଣଙ୍କୁ ଗିରଫ କରିଛି । ଗତମାସରେ ମହିଳା ଜଣଙ୍କ ଏକ ବୈଦ୍ୟୁତିକ ଚିମିନି କିଣିଥିଲେ । ସେ ଏକ ଚେକ୍‌ ଦେଇଥିଲେ । ମାତ୍ର ଚେକ୍‌ଟି ବାଉନସ୍‌ କରିଯାଇଥିଲା । ଏହାପରେ ସେ ଘରକୁ ଆସି ଟଙ୍କା ନେଇ ଯାଅ ବୋଲି କହିଥିଲେ । ଏହାପରେ ସେ ଏହି କାଣ୍ଡ ଘଟାଇଥିବା କୋଲକାତ ପୁଲିସ ସୂଚନା ଦେଇଛନ୍ତି ।

Leave A Reply