ନଦୀକୁ ଡେଇଁ କଲେଜ ଛାତ୍ରୀ ନିଖୋଜ

ସାଲେପୁର : କଟକ ଜିଲା ନିଶ୍ଚିନ୍ତ କୋଇଲି ଅନ୍ତର୍ଗତ ବରପଡ଼ା ନିକଟରେ ଥିବା ପୋଲ ଉପରୁ ସୋମବାର ଜଣେ କଲେଜ ଛାତ୍ରୀ ନଦୀକୁ ଡେଇଁ ନିଖୋଜ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୋଲ ଉପରୁ ଡେଇଁଥିବା ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର +୨ଶ୍ରେଣୀର ଛାତ୍ରୀ ଅଟନ୍ତି। କେଉଁ କାରଣରୁ ଛାତ୍ରୀ ଜଣଙ୍କ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଖବପ ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ଉଦ୍ୟମ ଜାରି ରଖିଛି।

Comments are closed.