ଶାଳମଞ୍ଜିର ବିକ୍ରି ବ୍ୟବସ୍ଥା ପାଇଁ ଜିଲା ଆଦିବାସୀ ମହାସଂଘର ଦାବିପତ୍ର ପ୍ରଦାନ

ଦେବଗଡ : ଦେବଗଡ ଜିଲାର ନିରୀହ ଆଦିବାସୀମାନେ ବହୁ ପରିମାଣର ଶାଳମଞ୍ଜି ସଂଗ୍ରହ କରି ସାଇତି ରଖିଥିଲେ ମଧ୍ୟ ଏଗୁଡିକ ବିକ୍ରି ହୋଇପାରୁନାହିଁ। ଫଳରେ ଆଦିବାସୀ ଶାଳମଞ୍ଜି ସଂଗ୍ରହକାରୀଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବର୍ଷାଋତୁ ଆଗମନରେ ସଂଗୃହିତ ଶାଳମଞ୍ଜି ସାଇତି ରଖିବାରେ  ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଲକଡାଉନ ସମୟରେ ନିରୀହ ଆଦିବାସୀ ମାନେ କୌଣସି କାମଧନ୍ଦା ନପାଇ ଜଙ୍ଗଲରେ ବୁଲି କଠୋର ପରିଶ୍ରମ କରିବା ସହ ଦ୍ୱିପଇସା ରୋଜଗାର ପାଇଁ ଆଶା ବାନ୍ଧି ଥିଲେ । ମାତ୍ର ଏହା ବିକ୍ରି ନହେବାରୁ ସେମାନେ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି। ଏଣୁ ସଂଗୃହିତ ଶାଳମଞ୍ଜି ଗୁଡିକୁ ସରକାର ଧାର୍ଯ୍ୟ କରିଥିଭା ଉଚିତ ମୂଲ୍ୟରେ ବିକ୍ରି ବ୍ୟବସ୍ଥା କରିବାକୁ ଜିଲା ଆଦିବାସୀ ମହାସଂଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରାଯାଇଛି । ଆଜି ପୂର୍ବାହ୍ନରେ ଜିଲା ଆଦିବାସୀ ମହାସଂଘର ସଭାପତି ସେମ ହେମ୍ବ୍ରମ ଦେବଗଡ ଜିଲାପଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଧରମ ହାଂଶଦାଃକୁ ଏମର୍ମରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଜିଲା ଆଦିବାସୀ ମହାସଂଘର ସଭାପତି ଶ୍ରୀ ହେମ୍ବ୍ରମ ଏସମ୍ପର୍କରେ ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି)ର ପରିଚାଳନା ନିର୍ଦ୍ଦେଶକ ସନତ ମହାନ୍ତିଙ୍କ ସହ ମଧ୍ୟ ଫୋନରେ ଆଲୋଚନା କରିଥିବା ସୂଚନା ଦେଇଛନ୍ତି।

Comments are closed.