ସଲମାନ୍‌ଙ୍କ ପ୍ରିୟ ‘ମିଷ୍ଟର ଶିନୟ’ ସାର୍

ମୁମ୍ବଇ : ନାମୀ କଳାକାର ଗିିରିଶ୍ କର୍ଣ୍ଣାଡ଼ ବୟସାଧିକ୍ୟ ରୋଗରେ ଆକ୍ରାନ୍ତ ହୋଇ ୮୧ ବର୍ଷ ବୟସରେ ବେଙ୍ଗାଲୁରୁରେ ପ୍ରାଣ ହରାଇଛନ୍ତି। ଜଣେ ଅଭିଜ୍ଞ ଓ ଦକ୍ଷ କଳାକାର ଭାବେ ଗିରିଶ୍ ଲୋକପ୍ରିୟତା କାହିଁରେ କ’ଣ? ‘ଏକ ଥା ଟାଇଗର୍‌’ ଓ ‘ଟାଇଗର୍ ଜିନ୍ଦା ହୈ’ରେ ମିଷ୍ଟର ଶିନୟ ଚରିତ୍ରରେ କାମ କରିଥିବା ଗିରିଶ୍ ଏହାର ତୃତୀୟ ଭାଗରେ କାମ କରିବାକୁ ମଧ୍ୟ ସବୁଜ ସଙ୍କେତ ଦେଇଥିଲେ। ହେଲେ ସୁଟିଂ ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ସେ। ବଲିଉଡର ସୁଲତାନ୍ ସଲମାନ୍ ଖାନ୍‌ ମଧ୍ୟ ଗିରିଶ୍‌ଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ସଲମାନ୍ କହିଛନ୍ତି, ଟାଇଗର୍‌ର ଦୁଇଟି ଯାକ ଭାଗରେ ତାଙ୍କର ସବୁଠୁ ପ୍ରିୟ ଚରିତ୍ର ହେଉଛି ମିଷ୍ଟର ଶିନୟ ସାର୍‌ଙ୍କ ଚରିତ୍ର। ନୂଆ ବର୍ଷ ଅବସରରେ ସଲମାନ୍‌ ଶିନୟ ସାର୍‌ଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଯାଇଥିଲେ। ଦୁହେଁ ୨ଦିନ ଏକତ୍ର ବିଭିନ୍ନ ସ୍ଥାନ ଭ୍ରମଣ କରି ଅତିବାହିତ କରିଥିଲେ। ସଲମାନ୍‌ ଆଶା କରିଥିଲେ ଯେ ସେ ପୁଣି ଗିରିଶ୍‌ ସାର୍‌ଙ୍କ ସହ କାମ କରିବାର ସୁଯୋଗ ନିଶ୍ଚିତ ପାଇବେ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଟାଇଗର୍‌ର ତୃତୀୟ ଭାଗ ଆରମ୍ଭ ହେବାର ଯୋଜନା ଚାଲିଥିଲା।

Comments are closed.