ଜ୍ଵାଇଁ ପୁଅଙ୍କ ନିମନ୍ତେ ବ୍ୟସ୍ତ ଦବଙ୍ଗ ଖାନ୍

0

ମୁମ୍ବଇ: ସଲମାନ୍ ଖାନ୍ ନିଜ ସାନ ଭଉଣୀ ଜ୍ବାଇଁ ଆୟୁଷ ଶର୍ମାଙ୍କ ବଲିଉଡ ପ୍ରବେଶ ନିମନ୍ତେ ୨ବର୍ଷ ତଳେ ଘୋଷଣା କରିଥିଲେ। ଗେହ୍ଲୀ ସାନ ଭଉଣୀ ଅର୍ପିତା ଖାନ୍ ଶର୍ମାଙ୍କ ସ୍ବାମୀ ହେଉଛନ୍ତି ଆୟୁଷ। ସଲମାନ୍ ଖାନ୍ ପ୍ରଯୋଜିତ ଚଳଚ୍ଚିତ୍ର ‘ଲଭ୍-ରାତ୍ରି’ ଚଳିତ ବର୍ଷ ଅକ୍ଟୋବର ୫ରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ମୁଖ୍ୟ ଭୂମିକାରେ ଆୟୁଷ ଶର୍ମା, ବରିନା ହୁସୈନ୍ ଦେଖାଦେବେ। ଚଳଚ୍ଚିତ୍ରର ସୁଟିଂ ଗୁଜରାଟ୍, ମୁମ୍ବଇ, ଲଣ୍ଡନ ଓ ପ୍ୟାରିସ୍‌ରେ ଶେଷ ହୋଇଛି। ପୋଷ୍ଟ-ପ୍ରଡକ୍ସନ୍ କାମ ଜୋର୍‌ସୋର୍‌ରେ ଚାଲୁଥିବାବେଳେ ସଲମାନ୍ ଏଥିପାଇଁ ଖୁବ୍ ବ୍ୟସ୍ତରେ ଅଛନ୍ତି। ଏହି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ଦୁଇ କଳାକାର ପ୍ରଥମଥର ବଲିଉଡରେ ପାଦ ଥାପିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର୍ ମୁକ୍ତିଲାଭ ହୋଇସାରିଥିବାବେଳେ ସଲମାନ୍ ନିଜେ ଏହାର ପ୍ରଚାର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କରିଛନ୍ତି।

Leave A Reply