ମକା ତରଭୂଜ ସାଲାଡ଼

ଆବଶ୍ୟକ ସାମଗ୍ରୀ
ତରଭୂଜ ଖଣ୍ଡ – ୨କପ
ସିଝା ମକା – ୧କପ
ତୁଳସୀ ପତ୍ର – ଅଳ୍ପ
କଟା ପୁଦିନା ପତ୍ର – ଅଳ୍ପ
ଲେମ୍ବୁ ରସ – ୧କପ
ଲୁଣ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଅଲିଭ ଅଏଲ – ୧ ଚାମଚ
ମହୁ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ତରଭୂଜ ଓ ସିଝା ମକା ମିଶାଇ ଗୋଳାଇ ଦିଅନ୍ତୁ। ଏହାକୁ ଫ୍ରିଜରେ ରଖି ଦିଅନ୍ତୁ। ଏବେ ପୁଦିନା ପତ୍ର, ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ, ଲୁଣ, ଅଲିଭ ଅଏଲ, ମହୁକୁ ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଫ୍ରିିଜରେ ରଖିଥିବା ତରଭୂଜକୁ କାଢି ଏହି ମିଶ୍ରଣକୁ ମିଶାଇ ଦେଇ ତୁଳସୀ ପତ୍ର ଏହା ଉପରେ ସିଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମକା ତରଭୂଜ ସାଲାଡ଼।

Comments are closed.