+ ୨ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ସାକ୍ଷୀଗୋପାଳ : ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ  + ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ କଟକଣା ମଧ୍ୟରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରତିକାନ୍ତ ପରିଡା ନିୟମିତ ମହାବିଦ୍ୟାଳୟରେ କ୍ଲାସ କରିବା, କ୍ୟାରିଅର ପୋର୍ଟାଲ ପାଠ୍ୟକ୍ରମ, ଇ ପୁସ୍ତକ ଅଧ୍ୟୟନ କରିବା, ୟୁ ଟ୍ୟୁବରେ ଅଧ୍ୟୟନ କରିବା, ନିରନ୍ତର ଶିକ୍ଷଣ ମୂଲ୍ୟାୟନ ପଦ୍ଧତି ସୂଚନା ପ୍ରଦାନ ଓ ମହାବିଦ୍ୟାଳୟର ଅନୁଶାସନ ପାଳନ କରିବା ନିମନ୍ତେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ । ମହାବିଦ୍ୟାଳୟର ମୁଖ୍ୟ କିରାଣୀ ରାଜ କିଶୋର ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ୧୧ ଗୋଟି ପ୍ରକୋଷ୍ଠରେ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ଏହି ସୂଚନା ପ୍ରଦାନ କରା ଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଅବସsରରେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ନଳିନୀ ଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.