ସାକ୍ଷୀଗୋପାଳ ବଜାରରେ ଆଣ୍ଠୁଏ ପାଣି ; ଲୋକେ ହନ୍ତସନ୍ତ

0

ସୁଆଣ୍ଡୋ : ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ପୁରୀଜିଲା ସାକ୍ଷୀଗୋପାଳ ବଜାରର  ଓଭର ବ୍ରିଜ ତଳ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଥିଲା। ପାଣି ଜମି ରହିବାରୁ ଅନେକ ସମୟ ପର୍ଯ୍ୟନ୍ତ  ଲୋକମାନେ ବଜାର ଭିତରକୁ ଯାଇ ନ ପାରି ଓଭରବ୍ରିଜ୍ ତଳେ ଅପେକ୍ଷା କରି ରହିଥିଲେ । ବର୍ଷା ପାଣିରେ ରାସ୍ତା ଓ ଏହାର ଆଖପାଖ ଅଞ୍ଚଳ ବୁଡି ରହିଥିବାରୁ ଯାନ ବାହାନ ଚଳା ଚଳରେ ଅସୁବିଧା ହେବା ସହ ଛୋଟ ବାଡ ଦୁର୍ଘଟଣା ଘଟୁଛି ।

ତେବେ ବିଭାଗୀୟ ଅଧିକାରୀମାନେ  ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି ।  ଜମି ରହୁଥିବା ବର୍ଷାପାଣି ନିଷ୍କାସନ ପାଇଁ ବସାଯାଇଥିବା  ନଳରେ  ପାଣି ନିଷ୍କାସନ ହେଉନାହିଁ । ଏ ସମ୍ପର୍କରେ ଜନସାଧାରଣ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି । ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply