କାଦୁଆ ଆଶ୍ରମ ପରିସରରେ ଉତ୍କଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ସାକ୍ଷୀଗୋପାଳ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ । ଏହି ଅବସରରେ ଉତ୍କଳମଣିଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଉତ୍କଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ଆଇନଜୀବୀ ସୁଶାନ୍ତ କୁମାର ରଥ, ପ୍ରଭାକର ମିଶ୍ର, ରବୀନ୍ଦ୍ର କୁମାର ଦାସ, ଶ୍ରୀକାନ୍ତ ଦାସ, ରାଜେଶ କୁମାର ମିଶ୍ର,ପ୍ରଶାନ୍ତ କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ରଥ, ଦିଲ୍ଲୀପ କୁମାର ମିଶ୍ର, ନୀଳକଣ୍ଠ ବାରିକ ଓ କାଦୁଆ ଆଶ୍ରମ କର୍ମଚାରୀ ନିଗମାନନ୍ଦ ସ୍ୱାଇଁ, ମନମୋହନ ମୁଦୁଲି ଓ ଦୁଃଶାସନ ପତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments are closed.