ଆଇ ଆଇ ସି ଙ୍କ ଉପସ୍ଥିତି , ଉଦ୍ୟମରେ ବୃଦ୍ଧଙ୍କ ଶବ ସତ୍କାର

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ବଜାରରେ ଜନୈକ ବ୍ୟକ୍ତିଙ୍କ ଦୋକାନ ଘରେ ରହୁଥିବା ସାରଙ୍ଗଜୋଡି ଗ୍ରାମର ରାଧାମୋହନ ଦାଶ(ତାରା ଭାଇନା) ଙ୍କ ଗତ ରାତିରେ ଅଚିହ୍ନା ରୋଗରେ ପରଲୋକ ହୋଇଥିଲା । ଆଜି ସକାଳେ ଏହି ଘଟଣା ଜନସାଧାରଣଙ୍କ ଦୃଷ୍ଟିକୁ ଆସିଥିଲା ।  କରୋନା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି  କେହି ତାଙ୍କ ନିକଟକୁ ଯାଇନଥିଲେ କି ଶବ ସଂସ୍କାର କରିବା ପାଇଁ ଆଗକୁ ବାହାରି ନଥିଲେ ।
ସାମାଜିକ କର୍ମୀ ସୁଶୀଲ କୁମାର ସାହୁ ଏ ସମ୍ପର୍କରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ,ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟବାଦୀ, ସତ୍ୟବାଦୀ ବ୍ଲକ କୋଭିଡ ପରିଚାଳକ ଓ ତହସିଲଦାର ସତ୍ୟବାଦୀଙ୍କୁ ଅବଗତ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ଦେବୀପ୍ରସାଦ ପାତ୍ରଙ୍କୁ ଫୋନ କରି ଜଣାଇ ଥିଲେ । ଆଇ ଆଇ ସି ଶ୍ରୀଯୁକ୍ତ ପାତ୍ର  ପି ପି ଇ କୀଟ ସହ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ପରିବାର ସଦସ୍ୟ ଓ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଶବ ସଂସ୍କାରର ବ୍ୟବସ୍ଥା କରିଥିଲେ। ଆଇ ଆଇ ସି ଶ୍ରୀଯୁକ୍ତ ପାତ୍ରଙ୍କ ଉପସ୍ଥିତି ଓ ସହଯୋଗରେ ସାମାଜିକ କର୍ମୀ ସୁଶୀଲ କୁମାର ସାହୁ, ବିଜୟ କୁମାର ଦାସ, କୁଲୁ ଦାସ ଓ ମୃତକଙ୍କ ଝିଆରୀ ଜ୍ୱାଇଁ ପ୍ରମୁଖ ପି ପି ଇ କିଟ ପରିଧାନ କରି ଏକ ଦୂର ସ୍ଥାନରେ ମୃତକଙ୍କ ଶବ ସତ୍କାର କରିବାର ବ୍ୟବସ୍ଥା କରିଥିଲେ । ଆଇ ଆଇ ସି ପାତ୍ରଙ୍କ ସମେତ ଶବ ସତ୍କାର କରିଥିବା ସାମାଜିକ କର୍ମୀମାନେ ଅଞ୍ଚଳର ପ୍ରଶଂସାର ପାତ୍ର ହୋଇଛନ୍ତି । ସରଙ୍ଗଯୋଡି ପଞ୍ଚ।ୟତ ଓ ଅଞ୍ଚଳ ବାସୀ ଆଇ ଆଇ ସି ଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି ।
ଗତ ଫନୀ ବାତ୍ୟାରେ ସ୍ବର୍ଗତ ଦାସଙ୍କ ଘର ଭାଙ୍ଗିଯାଇଥିବାରୁ ସେ ଗାଁ ଛାଡି ବଜାରରେ ଏକୁଟିଆ ରହୁଥିଲେ।

Comments are closed.