ସତ୍ୟବାଦୀ ବ୍ଲକରୁ ଆଜି ଆଉ ୧୨ ଆକ୍ରାନ୍ତ ଚିହ୍ନଟ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୧୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଏକକାଳୀନ ୧୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚି଼ହ୍ନଟ ହେବା ଘଟଣା ସତ୍ୟବାଦୀ ବ୍ଲକରେ ପ୍ରଥମ ।  ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ଘଟଣା ଘୋଷଣା ହେବା ପରେ ବ୍ଲକ ଅଞ୍ଚଳର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି । ଶୁକଳ କ୍ଵାରେଣ୍ଟାଇନ କେନ୍ଦ୍ରରୁ ୬ ଜଣ ପୁରୁଷ, ପେଣ୍ଠପଡା ପଞ୍ଚାୟତର ବଡ଼ କାଞ୍ଜିଆ ଗ୍ରାମରୁ ଜଣେ, ସାନ କାଞ୍ଜିଆ ଗ୍ରାମରୁ ଜଣେ, କେତକୀପାଟଣା ପଞ୍ଚାୟତ ଅନ୍ତର୍ଗତ କେତକୀପାଟଣା ଗ୍ରାମର ଜନୈକା ଗର୍ଭବତୀ ମହିଳା, ବିଶ୍ୱନାଥ ପୁର ପଞ୍ଚାୟତରେ କାର୍ଯ୍ୟରତ ଜନୈକା ଆଶା କର୍ମୀ ଓ ବିଦ୍ୟାଧର ପୁର ଗ୍ରାମର ଜନୈକ ପାଲା ଗାୟକ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ପୁରୀସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.