ଅଁଳା ନବମୀ ପୂର୍ବରୁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଗହଳି

0

ସାକ୍ଷୀଗୋପାଳ : ପୁରୀଜିଲା ସାକ୍ଷୀଗୋପାଳ ମନ୍ଦିରରେ ଶନିବାର ଅଁଳା ନବମୀରେ ଶ୍ରୀ ରାଧା ଠାକୁରାଣୀଙ୍କ ପାଦ ଦର୍ଶନ କରିବା ପାଇଁ ପୂର୍ବ ଦିନଠାରୁ ଗହଳି ଲାଗିଗଲେଣି । ସାଧୁ ସନ୍ଥ ହବିଷିଆଳି ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳରେ ପହଞ୍ଚୁଛନ୍ତି । ଭକ୍ତମାନେ ଠାକୁରାଣୀଙ୍କ ଦର୍ଶନ କିପରି ସୁବିଧାରେ କରିବେ ସେଥିପାଇଁ ଆରକ୍ଷୀ ଅଧୀକ୍ଷକ ଡ,ସାର୍ଥକ ଷଢଙ୍ଗୀ ମନ୍ଦିର ନିକଟରେ ସମିକ୍ଷା କରିଛନ୍ତି । ଶ୍ରଦ୍ଧାଳୁମାନେ ବାରିକେଟ୍ ରେ ଧାଡ଼ିରେ ଯାଇ ଦର୍ଶନ କରିବେ । ସିଂହଦ୍ଵାର ଠାରୁ ଆରମ୍ଭ କରି ମନ୍ଦିର ଭିତରେ ରଙ୍ଗ ବେରଙ୍ଗର ଫୁଲମାଳ ଓ ଆଲୋକ ସଜ୍ଜିତ ହୋଇଛି ।ସେହିପରି କେତେକ କାରଣକୁ ନେଇ ସେବାୟତମାନେ ସକାଳୁ ଧାରଣାରେ ବସିଥିଲେ । ଖବରପାଇ ବିଧାୟକ ଉମାକାନ୍ତ ସାମନ୍ତରାୟ ଜିଲାପାଳ ଜ୍ୟୋତି ପ୍ରକାଶ ଦାସ ଏଡିଏମ ବିନୟ କୁମାର ଦାଶ ଅତିରିକ୍ତ ଦେବୋତର କମିଶନର ଧାରଣାକାରୀଙ୍କ ଆଲୋଚନା କରିଥିଲେ । ଏହାପରେ ଧାରଣାକାରୀ ମାନେ ସେମାନଙ୍କ ଧାରଣା ପ୍ରତ୍ୟାହୃତ କରିଥିଲେ। ପଞ୍ଚଶଖା ପଡିଆରେ ମିନା ବଜାର ଠାରୁ ଆରମ୍ଭ କରି ବହୁତ ଉଠାଦୋକାନୀ ପସରା ମେଲାଇ ସାରିଲେଣି । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଗେଟ ବଜାର ବଡ ବଜାର ମନ୍ଦିର ଚାରିପଟେ ଗହଳି ଚହଳି ଲାଗିଛି ।

Leave A Reply