ଶାରଦୀୟ ଦୁର୍ଗାପୂଜା ପାଇଁ ଗ୍ରାମରେ ଉତ୍ସବମୁଖର

0

ସୁଆଣ୍ଡୋ : ପୁରୀଜିଲା ସାକ୍ଷୀଗୋପାଳର ପୁରପଲ୍ଲୀରେ ଶାରଦୀୟ ନବଦିନାତ୍ମକ ଦୂର୍ଗାପୂଜା ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷ୍ୟେ ଆଦ୍ୟ ଶାସନ ବୀରରାମଚନ୍ଦ୍ର ପୁର, ବିଶ୍ଵନାଥ ପୁର ରାୟଖଣ୍ଡି , ଶ୍ରୀରାମଚନ୍ଦ୍ରପୁର ସୁଆଣ୍ଡୋ, ନୂଆଗାଁ ବୀରଗୋବିନ୍ଦପୁ. ବଳପୁର, ନୂଆ ସୋମେଶ୍ୱରପୁ. ରାଇଚକ୍ରଧରପୁର, ଆଦି ବ୍ରାହ୍ମଣ ଶାସନ ତଥା ବରାଳ ବାଙ୍କେଶ୍ୱର. ସାକ୍ଷୀଗୋପାଳର ମଉନେଁଇ ମାହାମାୟା ଆଦି ଠାକୁରାଣୀଙ୍କ ପୀଠରେ ନବ ଦିନାତ୍ମକ ପୂଜା କରାଯାଉଛି । ଏହି ପରିପ୍ରେକ୍ଷୀରେ ସକାଳେ ବାଳଭୋଗ ଦ୍ୱିପହର ଧୂପ ରାତିରେ ଏଣ୍ଡୁରୀ, କାକେର. ଖେଚାଡି ଡାଲି ମାଛ ବେସର, ଖିରି ଆଦି ଶଙ୍ଖୁଡି ଭୋଗ ମାଆଙ୍କ ନିକଟରେ କରାଯାଉଛି । ସୋତ୍ରୀୟ ବ୍ରାହ୍ମଣ ବରଣ କରାଯାଇ ଚଣ୍ଡିପାଠ ହୋମ ପୂଜା ଆଦି କର୍ମ ଅନୁଷ୍ଠିତ ହେଉଛି । ରାତିରେ ସୁସଜ୍ଜିତ ବିମାନରେ ଠାକୁରାଣୀଙ୍କୁ ବିଜେ କରାଯାଇ ଘଣ୍ଟ ଘଣ୍ଟା କାହାଳି ଆଦି ବାଜାବାଜି ଗ୍ରାମ ପରିକ୍ରମା କରି ଦୁଆରିପୂଜା କରାଯାଉଛି । ଦୂର୍ଗାପୂଜା ପାଇଁ ଗାଁ ଗୁଡିକ ଉତ୍ସବମୁଖର ହୋଇ ଉଠିଛି ।

Leave A Reply