ପାରା ଅଲମ୍ପିକସ ନିମନ୍ତେ ଜୟନ୍ତୀଙ୍କ ଯୋଗ୍ୟତା ଅର୍ଜନ, ସତ୍ୟବାଦୀରେ ଆନନ୍ଦ ଲହରୀ

ସାକ୍ଷୀଗୋପାଳ  : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ମାଣିତିର ଗ୍ରାମର ଜୟନ୍ତୀ ବେହେରା ରାଜ୍ୟର ପ୍ରଥମ ମହିଳା ପାରା ଧାବିକା ଭାବେ ଜାପାନର ଟୋକିଓ ଠାରେ ଆସନ୍ତା ଅଗଷ୍ଟ ୨୫ ଠାରୁ ସେପ୍ଟେମ୍ବର ୬ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପାରା ଅଲମ୍ପିକସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ତାଙ୍କର ଜନ୍ମସ୍ଥାନ ସତ୍ୟବାଦୀ ଅଞ୍ଚଳ ଓ ସ୍ଥାନୀୟ କ୍ରୀଡ଼ାବିତ ମହଲରେ ଆନନ୍ଦ ଖେଳିଯାଇଛି । ଜୟନ୍ତୀ , କୁଞ୍ଜ ବେହେରା ଓ ଅଶାମଣୀ ବେହେରାଙ୍କ ପଞ୍ଚମ ତଥା କନିଷ୍ଠା କନ୍ୟା ଅଟନ୍ତି । ସାକ୍ଷୀଗୋପାଳ ଗୁରୁକୁଳ ଆଥଲେଟିକ୍ସର ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିକଟରେ ସେ ତାଲିମ ଗ୍ରହଣ କରୁଛନ୍ତି।

Comments are closed.