ଏନଏସସିବିରେ ଜି-୨୦ ସଚେତନତା

ସମ୍ବଲପୁର: ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ଡ. ଶିକ୍ତା ପଣ୍ଡାଙ୍କ ନେତୃତ୍ୱରେ ଜି-୨୦ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମ ସମ୍ବଲପୁରର ଗବେଷକ ପ୍ର. ଏ. ଏନ. ମିଶ୍ର ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜି-୨୦ର ଲକ୍ଷ୍ୟ, ସଫଳ ଉଦ୍ୟୋଗୀ ଓ ସ୍ମାର୍ଟ ଆପ ସମ୍ବନ୍ଧରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଦୁର୍ଲଭ ସା, ଶ୍ୟାମ ଭୋଇ, ଏମ. ନାଏକ, ହରିହର ମଲ୍ଲିକ, ଏସ. ପଧାନ ଙ୍କ ସମେତ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.