ଉତ୍କଳମଣିଙ୍କ କର୍ମପୀଠ କାଦୁଆ ଆଶ୍ରମରେ ସାଧାରଣତନ୍ତ୍ର ଦିବସ ପାଳିତ

ସାକ୍ଷୀଗୋପାଳ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ଆଜି ପାଳିତ ହୋଇଯାଇଛି। ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିଚାଳନା କମିଟି ସଭ୍ୟ ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନ କରା ଯାଇଥିଲା।

ବରିଷ୍ଠ ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର, ଅମୁଲ୍ୟ କୁମାର ସାହୁ, ସୀତାରାମ ଜେନା, କାଦୁଆ ଆଶ୍ରମ କର୍ମଚାରୀ ସୁବାଷ ଚନ୍ଦ୍ର ଦାସ, ଜଗନ୍ନାଥ ବାରିକ, ମନମୋହନ ମୁଦୁଲି,ଦୁଃଶାସନ ପତି, କାଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ସ୍ୱାଇଁ, ଭ୍ରମରବର ରାଉତ, ସୂର୍ଯ୍ୟ ନାରାୟଣ ଦାସ, କାଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଅତିଥିମାନେ ପ୍ରଥମେ ଆଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଆଶ୍ରମ ପରିସରରେ ଥିବା ମହାପୁରୁଷମାନଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ।

Comments are closed.