ନୀଳାଚଳ କୃଷକ ମହାସଂଘ ତରଫରୁ ବରିଷ୍ଠ କୃଷକ ମଦନ ବରାଳ ଓ ରଘୁନାଥ ବରାଳଙ୍କୁ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ: ନୀଳାଚଳ କୃଷକ ମହାସଂଘ ତରଫରୁ ସ୍ଥାନୀୟ ଗବକୁଣ୍ଡ ବଜାରସ୍ଥିତ ସାକ୍ଷୀଗୋପାଳ ନିୟନ୍ତ୍ରିତ ଉପ ବଜାର କମିଟି ପରିସରରେ ମହାସଂଘର ବରିଷ୍ଠ ସଦସ୍ୟ ବଳଭଦ୍ର ବରାଳଙ୍କ ସଭାପତିତ୍ୱରେ ଆଜି କଳା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଏହି ଅଞ୍ଚଳର ବରିଷ୍ଠ କୃଷକ ମଦନ ବରାଳ ଓ ରଘୁନାଥ ବରାଳଙ୍କୁ ମହାସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।

ମହାସଂଘର କର୍ମକର୍ତ୍ତାଙ୍କ ସମେତ ଶତାଧିକ କୃଷକ କଳା ବ୍ୟାଚ ପରିଧାନ କରିଥିଲେ। ପ୍ରକାଶ ଥାଉ କି ଗତ ତା ୨୮-୧୨-୨୦୧୬ ରିଖରେ ମହାସଂଘ ତରଫରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ତରଫରୁ କୃଷକ ମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା। କୃଷକ ନେତା ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମହାସଂଘ ତରଫରୁ ଏହି ଦିନଟିକୁ କଳା ଦିବସ ରୂପେ ପାଳନ କରା ଯାଉଅଛି। ମହାସଂଘର ସଭାପତି ଗୋପୀନାଥ ମିଶ୍ର, ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ସମନ୍ୱୟ କମିଟିର ଅଧ୍ୟକ୍ଷ ଗୁଣନିଧି ପାତ୍ର, ସଂଗଠନ ସମ୍ପାଦକ ସମରେନ୍ଦ୍ର ସାହୁ ଓ ସତ୍ୟବାଦୀ ବ୍ଲକ ସଭାପତି ସୁଶାନ୍ତ କୁମାର ଶତପଥିଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଓ କୃଷକ ନେତା ମାନେ ଯୋଗ ଦେଇଥିଲେ।

Comments are closed.