ସତ୍ୟବାଦୀ ଖବରକାଗଜ ବିତରକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଦୀପଦାନ

ସାକ୍ଷୀଗୋପାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତାର ୭୬ ବର୍ଷ ପରେ ଓ ଦେଶରେ ପ୍ରଥମ କରି ଖବରକାଗଜ ବିତରକମାନଙ୍କ ନିମନ୍ତେ ସୁରକ୍ଷା ଓ ସହାୟତା ବ୍ୟବସ୍ଥା କରିଥିବାରୁ ସତ୍ୟବାଦୀ ଖବର କାଗଜ ବିତରକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ସଂଘ ତରଫରୁ ଦୀପଦାନ କରାଯାଇଥିଲା।

ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ମାଲ୍ୟାର୍ପଣ କରାଯାଇଥିଲା। ସଙ୍ଘର ସଭାପତି ଦୁଃଖିଶ୍ୟାମ ସାହୁ, ସମ୍ପାଦକ ରଙ୍ଗାଧର ଦାସ, କୋଷାଧକ୍ଷ ତ୍ରିନାଥ ବେହେରା, ନିରଞ୍ଜନ ପ୍ରଧାନ, ଚନ୍ଦ୍ରମଣି ଭୋଇ, ରବୀନ୍ଦ୍ର ଭୋଇ, ଷ୍ଟାଲିନ ନାୟକ, ଦୀନବନ୍ଧୁ ମାଝି, ନରୋତ୍ତମ ପରିଡା ଓ ବିଚିତ୍ରା ନନ୍ଦ ଭୋଇଙ୍କ ସମେତ ସମସ୍ତ ବିତରକ ଉପସ୍ଥିତ ଥିଲେ।

Comments are closed.