ସାକ୍ଷୀଗୋପାଳରେ ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା

ସାକ୍ଷୀଗୋପାଳ: ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା ଠାରୁ ସାକ୍ଷୀଗୋପାଳ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଏବଂ ଠାକୁରାଣୀ ରାଧାରାଣୀଙ୍କ ୨୧ଦିନ ବ୍ୟାପି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାରମ୍ପରିକ ରୀତିନୀତିରେ ଠାକୁରଙ୍କ ନୀତିକାନ୍ତି ଓ ଚନ୍ଦନ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ସୀମିତ ସଂଖ୍ୟକ ସେବାୟତ ସେବାରେ  ନିୟୋଜିତ ହେବେ। ଠାକୁରଙ୍କ ନୀତି ସମୟ ଅପରାହ୍ନ ଦୁଇଟା ଠାରୁ ରାତି ଦଶଟା ପର୍ଯ୍ୟନ୍ତ ଚନ୍ଦନ ପୋଖରୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ୧୪୪  ଧାରା ଜାରି କରାଯିବ। ପୂର୍ତ୍ତ ବିଭାଗ ତରଫରୁ ଚନ୍ଦନ ପୋଖରୀ ଓ ଚନ୍ଦନ ଚକଡା ଚତୁଃର୍ପାଶ୍ୱରେ ବ୍ୟାରିକେଡ଼ ନିର୍ମାଣ କରାଯିବ  ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଅଛି।

ଏହି ବୈଠକରେ ତହସିଲଦାର ମନୋଜ କୁମାର ନାୟକ, ଆଇଆଇସି ଦେବୀ ପ୍ରସାଦ ପାତ୍ର, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ, ସେବାୟତ ସଙ୍ଘ ସଭାପତି ରାମଚନ୍ଦ୍ର ମହାପାତ୍ର, ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.