ଶ୍ରୀରାମ ମନ୍ଦିର ପରିସରରେ ତୁଳସୀ ବିବାହ ଅନୁଷ୍ଠିତ

ସାକ୍ଷୀଗୋପାଳ: ପବିତ୍ର ଗରୁଡ଼ ଦ୍ୱାଦଶୀ ଅବସରରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ଶ୍ରୀରାମ ମନ୍ଦିର ପରିସରରେ ତୁଳସୀ ବିବାହ ଅନୁଷ୍ଠିତ ହୋଇଯାଇଛି। ବର ପକ୍ଷରୁ ସତ୍ୟପ୍ରିୟ ମହାପାତ୍ର ଓ ରଞ୍ଜିତା ମହାପାତ୍ର ଓ କନ୍ୟା ପକ୍ଷରୁ ଶରତ କୁମାର ହୋତା ଓ ସଂଯୁକ୍ତା ହୋତା କର୍ତ୍ତା ଓ କର୍ତ୍ତୀ ରୂପେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପୁରୋହିତ ବଂଶୀଧର ପାଢ଼ୀ ଓ ହରିହର ମହାପାତ୍ର ବିବାହ କାର୍ଯ୍ୟ କରିଥିଲେ। ମଧ୍ୟସ୍ଥି ରାମଚନ୍ଦ୍ର ନନ୍ଦ ଉପସ୍ଥିତ ଥିଲେ। ତୁଳସୀ ବିବାହ କମିଟି ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କ ନିମନ୍ତେ ଶ୍ରୀ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

Comments are closed.