ପୁରୀର ନାମ ପରିବର୍ତ୍ତନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ସାକ୍ଷୀଗୋପାଳ: ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ପୁରୀ କରିବା ନିମନ୍ତେ ଏକ ଆଲୋଚନା ଚକ୍ର ସ୍ଥାନୀୟ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ସୁବାସ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଶିକ୍ଷକ ସତ୍ୟବାଦୀ ଦାସ, ଅମର ଶତପଥି, ସୁଶାନ୍ତ କୁମାର ରଥ, ଅଶୋକ ବେହେରା, ପ୍ରଶାନ୍ତ କୁମାର ବାରିକ, ଧୀରେନ୍ଦ୍ର ନାଥ ସେନାପତି, ରାଜ କିଶୋର ସେନାପତି, ଭ୍ରମରବର ସ୍ୱାଇଁ, ବିଶ୍ୱମ୍ବର ମହାପାତ୍ର, ବଦ୍ରି ନାରାୟଣ ଖୁଣ୍ଟିଆ, ପୂର୍ଣାନନ୍ଦ ତ୍ରିପାଠୀ, ନୀଳକଣ୍ଠ ବାରିକ, ଉପେନ୍ଦ୍ର ବିଶ୍ୱାଳ, ରବି ନାରାୟଣ ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ମହାପାତ୍ର ଓ ପ୍ରଣବ ମହାପାତ୍ର ପୁରୀରୁ ବଦ୍ରି ମିଶ୍ର, ଚକ୍ରଧର ମହାପାତ୍ର, ମଧୁସୂଦନ ମିଶ୍ର, ରାଜେଶ ମହାନ୍ତି, ମନୋଜ ରଥ, ହେକ୍ଟର ମିଶ୍ର, ବିଶ୍ୱନାଥ ମିଶ୍ର, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।

ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ କରିବା ନିମନ୍ତେ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ବୈଠକ କରାଯାଇ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.