ପୁରୀ ଜିଲ୍ଲା କିଷାନ କଂଗ୍ରେସ କମିଟିର ନୂତନ ସଭାପତି

ସାକ୍ଷୀଗୋପାଳ: ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୁରୀ ଜିଲ୍ଲାର ଦକ୍ଷ ଚାଷୀ ସଙ୍ଗଠକ ତଥା ସମାଜସେବୀ ଦେବେନ ଦେବ ଲୋଭାନଙ୍କୁ ପୁରୀ ଜିଲ୍ଲା କିଷାନ କଂଗ୍ରେସର ନୂତନ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଂଗଠନର ଉପାଧ୍ୟକ୍ଷ ସୁବାଷ ରାଉତ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି l ଆଗାମୀ ଦିନରେ ଜିଲ୍ଲାର ୧୧ ଟି ବ୍ଲକ ଓ ୪ଟି ନଗରାଞ୍ଚଳରେ କିଷାନ କଂଗ୍ରେସ ସଂଗଠନ କୁ ପଞ୍ଚାୟତ ଓ ୱାର୍ଡସ୍ତରରୁ ସୁଦୃଢ କରିଯିବା ସଙ୍ଗେ ସଙ୍ଗେ ଜିଲ୍ଲାର ଚାଷ ଓ ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଦୃଢ ଦାବି କରାଯିବ ବୋଲି ନବ ନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଲୋଭାନ କହିଛନ୍ତିl

Comments are closed.