ସାକ୍ଷୀଗୋପାଳଙ୍କ ଦୋଳବେଦୀ ଉପରେ ବୈଠକ

ସାକ୍ଷୀଗୋପାଳ :  ସାକ୍ଷୀଗୋପାଳ ମନ୍ଦିର ଓ ମନ୍ଦିର ଚତୁର୍ପାଶ୍ୱ ଉନ୍ନୟନ ନିମନ୍ତେ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ସାକ୍ଷୀଗୋପାଳ ମନ୍ଦିର ଭୂ ସମ୍ପତ୍ତି ଉପରେ ବ୍ୟବସାୟ ଓ ଘର କରି ରହୁଥିବା ୧୨୩ ଜଣ ବ୍ୟକ୍ତିଙ୍କୁ ଗତ ୮ ତାରିଖ ଦିନ ଉଚ୍ଛେଦ ନୋଟିସ ପ୍ରଦାନ କରାଯାଇଛି।
ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ଦାବୀ କରି ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ମାନେ ରାତି ୯ ଟା ସମୟରେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳଙ୍କ ଦୋଳବେଦୀ ଉପରେ ଏକ ବୈଠକ କରିଥିଲେ । ଏହି ବୈଠକରେ ନୋଟିସ ପାଇଥିବା ସମସ୍ତେ ଯୋଗ ଦେଇଥିଲେ ।

Comments are closed.