ସତ୍ୟବାଦୀରେ ବୃଦ୍ଧାଶ୍ରମ ସ୍ଥାପନ ପାଇଁ ପ୍ରୟାସ ଆରମ୍ଭ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକରେ କାର୍ୟ୍ୟରତ ଗରୀବର ସାଥୀ ସ୍ବେଚ୍ଛାସେବୀ ସଂଗଠନ ଓ ବଳପୁର ଉଚ୍ଚ ବିଦ୍ୟାଳୟର ୨୦୧୦ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ ନିଜସ୍ୱ ଉଦ୍ୟମରେ ସତ୍ୟବାଦୀରେ ଏକ ବୃଦ୍ଧାଶ୍ରମ ସ୍ଥାପନ ନିମନ୍ତେ ଆଜି ପ୍ରୟାସ ଆରମ୍ଭ କରିଛନ୍ତି।

ସତ୍ୟବାଦୀର ଅନ୍ୟତମ ସାମାଜିକ ଅନୁଷ୍ଠାନ ଗରିବର ସାଥି ଅନୁଷ୍ଠାନ ତରଫରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତର ବରାଳ ଗ୍ରାମରେ ଏକ ବୃଦ୍ଧାଶ୍ରମ ସ୍ଥାପନ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଅଛି। ବରାଳ ଗ୍ରାମର ଚନ୍ଦନ ମହାପାତ୍ର ଏହି ବୃଦ୍ଧାଶ୍ରମ ନିର୍ମାଣ ନିମନ୍ତେ ୩ ଡେସିମିଲ ଭୂ ସମ୍ପତ୍ତି ପ୍ରଦାନ କରିଛନ୍ତି। ଏହି ବୃଦ୍ଧାଶ୍ରମ ନିର୍ମାଣ ନିମନ୍ତେ ବଳପୁର ଉଚ୍ଚ ବିଦ୍ୟାଳୟ ର ୨୦୧୦ ମସିହା ମାଟ୍ରିକ ବ୍ୟାଚର ପୂର୍ବତନ ଛାତ୍ର ସଂଘ ତରଫରୁ ଗରିବର ସାଥି ଅନୁଷ୍ଠାନକୁ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ୨୦୦୦୦ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି । ସମାଜ ମଙ୍ଗଳ କାର୍ୟ୍ୟକ୍ରମ, ଗରୀବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ସହାୟତା ପ୍ରଦାନ କରି ଏହି ଅନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ବେଶ ଜନପ୍ରିୟ ହୋଇଅଛି କ୍ଷ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଓ ଭୋଜିଭାତ ବଦଳରେ ଏହି ଛାତ୍ରଛାତ୍ରୀ ମାନେ ବୃଦ୍ଧାଶ୍ରମ ନିର୍ମାଣ ନିମନ୍ତେ ସହାୟତା ପ୍ରଦାନ କରି ଅନ୍ୟ ମାନଙ୍କ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Comments are closed.