ସାକ୍ଷୀଗୋପାଳରେ ଏମ ଭି ଆଇ ଧରପଗଡ଼

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୮ ଟା ସମୟରେ ଟ୍ରାଫିକ, ଓ ଏମ ଭି ଡ଼ି ଓ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କ ଦ୍ୱାରା ପ୍ରମୁଖ ମୋଟର ଯାନ ଧରପଗଡ଼ କରାଯାଇଥିଲା ।  ଏହି ଧରପଗଡ଼ ସମୟରେ ବିନା ହେଲମେଟ ଯାଉଥିବା ୨ ଚକିଆ ଯାନ ଚାଳକ, ଡ଼ାଲା ଅଟୋରେ ଯାତ୍ରୀ ପରିବହନ, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯାନ ଚାଳକ, ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ୨୧ ଜଣ ଚାଳକଙ୍କ ଠାରୁ ଇ ଚାଲାଣ ଜରିଆରେ ଜୋରିମାନା କରାଯାଇଥିଲା । ଟ୍ରାଫିକ ଏସ ଆଇ ସୁଶାନ୍ତ କୁମାର ପାତ୍ର, ଏସ ପି ଓ ରାମକୃଷ୍ଣ କର ଓ ଏମ ଭି ଡ଼ି କର୍ମଚାରୀ ଅଶୋକ କୁମାର କାସ୍ତି ଓ ସୁବାସିନୀ ଓଝାଙ୍କ ସମେତ ଅନ୍ୟମାନେ ଏହି ଚଢ଼ାଉ କରିଥିଲେ ।

Comments are closed.