ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ସାକ୍ଷୀଗୋପାଳ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ଶନିବାର ଉତ୍କଳ ମଣିଙ୍କ ସମାଧି ପୀଠ ପରିସରରେ ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଉତ୍କଳ ମଣିଙ୍କ ସମାଧିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହି ଅବସରରେ ଉତ୍କଳମଣିଙ୍କ ରଚିତ ମିଶୁ ମୋର ଦେହ ଏ ଦେଶ ମାଟିରେ ଗାନ କରାଯାଇଥିଲା। ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଉଲ୍ଲେଖନୀୟ ଭୂମିକା ଉପରେ ଆଲୋଚନ କରିଥିଲେ ।  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଏବଂ ତାଙ୍କ ଆଦର୍ଶରେ ଆଜିର ଯୁବପିଢି ଅନୁପ୍ରାଣିତ ହୁଅନ୍ତୁ ବୋଲି ଆହ୍ବାନ ଦେଇଥିଲେ।  ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ବନମାଳୀ ବେହେରା, କିଶୋର ଚନ୍ଦ୍ରମହାପାତ୍ର, ପୂର୍ଣାନନ୍ଦ ତ୍ରିପାଠୀ, ଦେବତିକ୍ତ ମିଶ୍ର, ତୁଷାର ରଞ୍ଜନ ନାୟକ ଓ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଲୋକ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.