କରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ

ସାକ୍ଷୀଗୋପାଳ : ପୁରୀ ଜିଲା ସଦର ବ୍ଲକ ଅନ୍ତର୍ଗତ ବାଲିପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ରମେଶ ଚନ୍ଦ୍ର ପାତ୍ର ନିଜ ସ୍କୁଟିରେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଲେଖି ଗତ ୨୬ ତାରିଖ ଠାରୁ ପୁରୀ ଜିଲାର ସମସ୍ତ ସହର ଓ ଛକ ସ୍ଥାନ ମାନଙ୍କରେ ସଚେତନତା ସୃଷ୍ଟି କରି ଚାଲିଛନ୍ତି। ରମେଶ ଚନ୍ଦ୍ରଙ୍କ ଘର ପିପିଲି ବ୍ଲକ ଅନ୍ତର୍ଗତ ରୁପଦେଇ ପୁର ପଞ୍ଚାୟତର ନାହାମଙ୍ଗ ପାଟଣା ଗ୍ରାମରେ। ସେ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରୁଛନ୍ତି । ଆସନ୍ତା ଚାରି ତାରିଖ ଦିନ ଅସ୍ତରଙ୍ଗ ଠାରେ ଏହା ଶେଷ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Comments are closed.