MEllora 950×100

ସାକ୍ଷୀଗୋପାଳ ମନ୍ଦିରରେ ଦେବ ଦୀପାବଳି

ସାକ୍ଷୀଗୋପାଳ : ମାର୍ଗଶିର ମାସ ଅମାବାସ୍ୟା ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଦେବ ଦୀପାବଳି ପାଳିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ  ସାକ୍ଷୀଗୋପାଳ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା। ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀ ଗୁଣ୍ଡିଚାଙ୍କ ପ୍ରତି  ପ୍ରଦୀପ ଉତ୍ସର୍ଗ କରାଯାଇଥିଲା। ପାର୍ଶ୍ୱ ଦେବଦେବୀ, ଗରୁଡ଼ ସ୍ତମ୍ଭ, ଅରୁଣ ସ୍ତମ୍ଭ, ସିଂହଦ୍ୱାର, ମଶାଣିଆ ମହାବୀର, ତ୍ରିନାଥ ମଣ୍ଡପ, ଜାଗା ମହାବୀର, ମା ତାରିଣୀ, ମା ଜାଗେଶ୍ଵରୀ, ଶ୍ରୀରାମ ମନ୍ଦିର, ସେବାୟତ ସଂଘ କାର୍ଯ୍ୟାଳୟ ଓ ପ୍ରାଚୀର ଉପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସେହିପରି ସତ୍ୟବାଦୀର ସମସ୍ତ ଦେବାଳୟରେ ଦେବ ଦୀପାବଳି ପାଳିତ ହୋଇଯାଇଛି।

Comments are closed.