କ୍ବାର୍ଟରରେ ସାଇ ପ୍ରଣିତ – ସିନ୍ଧୁ ଓ କଶ୍ୟପ ପରାସ୍ତ

0

ଚାଙ୍ଗ୍‌ଝୌ : ପୁରୁଷ ସିଙ୍ଗଲ୍‌ସରେ ଭାରତର ବି. ସାଇ ପ୍ରଣିତ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ବିଶ୍ବ ଚମ୍ପିଆନ୍ ହେବା ପରେ ଭାରତର ପି.ଭି. ସିନ୍ଧୁ ପ୍ରଥମ ଟୁର୍ଣ୍ଣାମେଣ୍ଟର ୨ୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍‌ସ ଓ ମିକ୍ସଡ୍‌ ଡବଲ୍‌ସରେ ଭାରତର ଚ୍ୟାଲେଞ୍ଜ୍ ଶେଷ ହୋଇଯାଇଛି।

ବିଶ୍ବ ଚମ୍ପିଆନ୍ ତଥା ଅଲିମ୍ପିକ୍‌ସ ରୌପ୍ୟପଦକ ବିଜୟିନୀ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍‌ସରେ ଥାଇଲାଣ୍ଡର ଅଣସିଡେଡ୍ ଖେଳାଳି ପର୍ନପାୱି ଚୋଚୁୱଙ୍ଗଙ୍କ ଠାରୁ ୩ଟି ଗେମ୍‌ରେ କଡ଼ା ମୁକାବିଲା ପରେ ୧୨-୨୧, ୨୧-୧୩, ୨୧-୧୯ ଗେମ୍‌ରେ ପରାସ୍ତ ହୋଇଛନ୍ତି। ସିନ୍ଧୁ ପ୍ରଥମ ଗେମ୍‌କୁ ସହଜରେ ୨୧-୧୨ରେ ଜିତିବା ପରେ ୨ୟ ଗେମ୍‌ରେ ପର୍ନପାୱି ଏକଦା ୫-୧ରେ ଆଗୁଆ ଥିବା ବେଳେ ସିନ୍ଧୁ ଏହାକୁ ୭-୯ କରିଥିଲେ। ଏହାପରେ ପର୍ନପାୱି କ୍ରମାଗତ ୬ଟି ପଏଣ୍ଟ ଜିତି ୧୫-୭ରେ ଆଗୁଆ ରହି ମ୍ୟାଚ୍ ଜିତି ନେଇଥିଲେ।

ପୁରୁଷ ସିଙ୍ଗଲ୍‌ସରେ ଭାରତର ବି. ସାଇ ପ୍ରଣିତ ୨୧-୧୯, ୨୧-୧୯ ଗେମ୍‌ରେ ଚୀନ୍‌ର ଲୁ ଗୁଆଙ୍ଗ୍ ଜୁଙ୍କୁ ପରାସ୍ତ କରିଛନ୍ତି। ସାଇ ପ୍ରଣିତ ଶେଷଆଡ଼କୁ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ପୁରୁଷ ସିଙ୍ଗଲ୍‌ସରେ ଭାରତର ପାରୁପଲ୍ଲୀ କଶ୍ୟପ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ତ୍ବେ ପରାସ୍ତ ହୋଇଛନ୍ତି। ୨ୟ ରାଉଣ୍ଡରେ କଶ୍ୟପଙ୍କୁ ୭ମ ସିଡ୍‌ ଆଣ୍ଟୋନି ସିନିସୁକା ଜିନ୍‌ଟିଙ୍ଗ୍ ୨୩-୨୧, ୧୫-୨୧, ୨୧-୧୨ ଗେମ୍‌ରେ କଶ୍ୟପ୍‌ଙ୍କୁ ପରାସ୍ତ କରିଛନ୍ତି।

Leave A Reply