ଜମି ବିବାଦକୁ ନେଇ  ଭାଇକୁ ହତ୍ୟା କଲା ଭାଇ

ସଇଁନ୍ତଳା:ବଲାଙ୍ଗିର ଜିଲା ସଇଁନ୍ତଲା ଥାନା  ବଡ଼ମାଳ ଫାଣ୍ଡି ଅଧିନ ବଡ଼ମାଳ ଗ୍ରାମରେ ନିଜ ଭାଇକୁ ହତ୍ୟା କଲା ଭାଇ। ତାହା ପୁଣି ସମ୍ପତ୍ତି ବିବାଦକୁ କେନ୍ଦ୍ର କରି। ଖବର ପାଇବା ପରେ ଘଟଣା ସ୍ଥାନରେ ସଇଁନ୍ତଳା ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡ଼ିଛି।

 

ସୂଚନା ଅନୁସାରେ, ବଡ଼ମାଲ ଗ୍ରାମର ଦେବରାଜ ଭୋଇଙ୍କୁ ଜମି ବିବାଦକୁ ନେଇ ନିଜ ଭାଇ ହତ୍ୟା କରି ଥିବା ଜଣାପଡିଛି । ତେବେ ବଡ଼ମାଳ ଗ୍ରାମର ଗୋଟିଏ ପରିବାର ମଧ୍ୟରେ  ଦୁଇ ଭାଇ  ଜମି ବାଡ଼ିକୁ ନେଇ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା। ଟିକେଚନ ଭୋଇ ଓ ଦେବରାଜ ଭୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଟିକେଚନ ଦେବରଜକୁ ବାଡ଼ିରେ ନିସ୍ତୁକ ଭାବରେ ମାଡ଼ ମାରିବା ସହ ବେକରେ ଗାମୁଛା ଭିଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।  ଖବର ପାଇ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କିଶୋରୀ ପଟ୍ଟନାୟକ, ବଡ଼ମାଳ ଫାଣ୍ଡି ପୁଲିସ , ବଲାଙ୍ଗିର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବା ବେଳେ  ଟିକେଚନକୁ ପୁଲିସ ଅଟକ ରଖିଥିଲା। ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି।

Comments are closed.