ସଇନ୍ତଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନମହୋତ୍ସବ

ସଇନ୍ତଲା: ଏହି ବ୍ଲକ ଅଧିନସ୍ଥ କୁଇକେଡ଼ା ପଞ୍ଚାୟତର ରେଗାଂଲି ହାଇସ୍କୁଲରେ ବନମହୋତ୍ସବ ପାଳିତ ହୋଇଯାଇଛି। ପରିବେଶ ପ୍ରେମୀ ତଥା ପ୍ରଧାନଶିକ୍ଷକ କୁଳମଣୀ ଯୋଶୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୁଇକେଡ଼ାର ପୂର୍ବତନ ସମିତିସଭ୍ୟ ବାରୁ ମହାନନ୍ଦ ଓ ପରିଚାଳନା କମିଟି ସଭାପତି ଲଳିତ ନନ୍ଦ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, ପିଜୁଳି ଆଦି ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଦିଲିପ ରଣା, ପ୍ରଫୁଲ୍ଲ ସାହୁ, ତିରେନ୍ଦ୍ର ପଧାନ, କୌତୁକ ପଟେଲ, ଜଗତ ପଟେଲ, ଶରତ ପାଣିଗ୍ରାହୀ, ବିରଞ୍ଚି ପଟେଲ ଓ ସ୍ଥାନୀୟ ଯୁବକ ସୁନୀଲ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ରବିବାର ଦିନ ସ୍ଥାନୀୟ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ କନେ୍ଧନବାହାଲି ଛକଠାରେ ବୃକ୍ଷରୋପଣ କରାଯାଇଛି। ସମିତି ଆବାହକ ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ବରଗଛ ଓ ଅଶ୍ୱତଥ୍ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେବାଦଳ ସଂଯୋଜକ ଡ଼ା.ବିଶ୍ୱଜିତ ମିଶ୍ର,ଶିକ୍ଷା ସଂଯୋଜକ ନାରାୟଣ ଜାଲ,ଆଧ୍ୟାତ୍ମିକ ସଂଯୋଜକ ବିକ୍ରମ ମିଶ୍ର, ବୁଲୁବୈକାର, ବାଳବିକାଶ ଛାତ୍ର ଯୁବରାଜ, ଶିଦ୍ଧାନ୍ତ, ନିଖିଳ, ଅମ୍ଳାନ, ତିଲକ, ଆଶୁତୋଶ, ପ୍ରତିକ, ଆକାଶ ,ଉମାକାନ୍ତ, ରାହୁଲ, ଦିନେଶ, ଧର୍ମରାଜ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.