ସୈନିକ ସ୍କୁଲରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ସୈନିକ ସ୍କୁଲ ଭୁବନେଶ୍ୱରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଠାରେ ସୈନିକ ସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପେଟନ୍ ଏସ୍.ଡ଼ୋମିନିକ ରାୟନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସହିଦମାନଙ୍କ ସ୍ମୃତିରେ ସୈନିକ ସ୍କୁଲ ପରିସରରେ ଥିବା ସହିଦ ସ୍ତମ୍ବରେ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପେଟନ୍ ଏସ୍.ଡ଼ୋମିନିକ ରାୟନ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

 

କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ସିଡିଆର୍‌ ପ୍ରୀତିକ୍‌ ଶର୍ମା, ଉପାଧ୍ୟକ୍ଷ ଊଷା ସଙ୍ଗୱାନ୍‌ ସମେତ ସ୍କୁଲର କ୍ୟାଡେଟ୍‌ମାନେ ଯୋଗ ଦେଇଥିଲେ। ସୈନିକ୍ ସ୍କୁଲରେ ୭୨ତମ ଗଣତନ୍ତ୍ର ଦିବସ ପାଳନ ଉତ୍ସବ ଅନ୍‌ଲାଇନ୍‌ ମୋଡ୍‌ରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା।

Comments are closed.