ସାଇମୁନ୍-୨୦୧୮ ଉଦ୍‌ଘାଟିତ, ସାମିଲ ହେଲେ ୧୧ଟି ଦେଶର ଅତିଥି

0

ଭୁବନେଶ୍ୱର : ସାଇମୁନ୍‌ର ଷଷ୍ଠ ସଂସ୍କରଣ ଗୁରୁବାରରେ ରାଜଧାନୀରେ ଥିବା  ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଉଦ୍‌ଘାଟିତ ହୋଇଯାଇଅଛି।ଏହା  ସାଇମୁନ୍ ୟୁନେସ୍କୋ, ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନସ୍‌ ଇନଫରମେସନ୍ ସେଣ୍ଟର ଏକ ସହବନ୍ଧିତ କାର୍ଯ୍ୟକ୍ରମ।

ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ୫୦୦ ରୁ ଅଧିକ ଜାତୀୟ ଏବଂ ୧୧ଟି ଦେଶର ୩୨ରୁ ଅଧିକ ଅନ୍ତର୍ଜାତୀୟ ଅତିଥି ଯୋଗଦେଇଛନ୍ତି।  ଆମେରିକା, ସୁଇଜରଲାଣ୍ଡ, ଋଷ୍‌, କଲମ୍ବିଆ, କୋଷ୍ଟାରିକା, ଜିବୁଟି, ୟେମେନ୍, ସୋମାଲିଆ, ସାଉଦି ଆରବ, ବାଙ୍ଗଳାଦେଶ, ଦକ୍ଷିଣ କୋରିଆ ଆଦି ଦେଶର ଅତିଥି  ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି।  ଏହି ଉତ୍ସବକୁ ଜାପାନର ବାଣିଜ୍ୟିକ ଦୂତାବାସ ମୁଖ୍ୟ ମାସାୟୁକି ଟାଗା ଉଦ୍‌ଘାଟନ କରିଥିଲେ । ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରମ୍ୟାନ୍ ଡଃ ବିଜୟ କୁମାର ସାହୁ, ସାଇମୁନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସମସାମୟିକ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇ ପାରିବେ ବୋଲି ପ୍ରକାଶ କରିଛନ୍ତି। ସାଇମୁନର ବିଷୟବସ୍ତୁ ହେଉଛି  “ବସୁଧୈବ କୁଟୁମ୍ବକମ୍’ ବା ଗୋଟିଏ ବିଶ୍ୱ ଗୋଟିଏ ପରିବାର ।

Leave A Reply