ଜାତୀୟ ସବ-ଜୁନିଅର ମହିଳା ଏକାଡେମୀ ହକି, ଫାଇନାଲରେ ସାଇ ଏକାଡେମୀ ଓ ଓଡ଼ିଶା ନାଭାଲ

କଟକ: କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପ୍ରଥମ ହକି ଇଣ୍ଡିଆ ଜାତୀୟ ସବ-ଜୁନିଅର ମହିଳା ଏକାଡେମୀ ହକି ଚମ୍ପିଆନସିପ୍ର ଫାଇନାଲରେ ଓଡ଼ିଶା ନାଭାଲ ଟାଟା ହକି ହାଇପର୍ଫର୍ମାନ୍ସ ସେଣ୍ଟର ଓ ସାଇ ଏକାଡେମୀ ପ୍ରବେଶ କରିଛନ୍ତି। ବୁଧବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ୮-୦ ଗୋଲରେ ରାଉଣ୍ଡ ଗ୍ଲାସ ପଞ୍ଜାବ ହକି କ୍ଳବ ଏକାଡେମୀକୁ ପରାସ୍ତକରି ଫାଇନାଲକୁ ଉନ୍ନୀତ ହୋଇଛି।

୨ୟ ସେମିଫାଇନାଲ ମ୍ୟାଚରେ ସାଇ ଏକାଡେମୀ ପେନାଲ୍ଟି ସୁଟ୍ଆଉଟ୍ରେ ୪-୩ ଗୋଲରେ ମଧ୍ୟପ୍ରଦେଶ ହକି ଏକାଡେମୀକୁ ପରାସ୍ତକରି ଫାଇନାଲରେ ପହଞ୍ଚିଛି। ଗୁରୁବାର ୩ୟ ସ୍ଥାନ ପାଇଁ ମଧ୍ୟପ୍ରଦେଶ ହକି ଏକାଡେମୀ-ରାଉଣ୍ଡ ଗ୍ଲାସ ପଞ୍ଜାବ ହକି କ୍ଳବ ଏକାଡ଼େମୀକୁ ଭେଟିବାକୁ ବେଳେ ଫାଇନାଲ ମ୍ୟାଚ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ଓ ସାଇ ଏକାଡେମୀ ମଧ୍ୟରେ ଖେଳାଯିବ।

Comments are closed.