ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଏକ ସୁନ୍ଦର ମୁହୂର୍ତ୍ତ ଥିଲା : ଶାହାରୁଖ୍‍

0

ଭୁବନେଶ୍ୱର : ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି କିଙ୍ଗ୍‍ ଖାନ୍‍। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‍-୨୦୧୮ର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଶାହାରୁଖ୍‍ ଖାନ୍‍ ଖୁବ୍‍ ଆନନ୍ଦିତ ହୋଇଛନ୍ତି। ଶାହାରୁଖ୍‍ ଏନେଇ ଟ୍ୱିଟର୍‍ ମାଧ୍ୟମରେ ନିଜ ଭାବ ପ୍ରକାଶ କରିଛନ୍ତି।

ସେ ଟ୍ୱିଟ୍‍ କରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଏକ ସୁନ୍ଦର ମୁହୂର୍ତ୍ତ ଥିଲା। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ପାଇଁ ମୁଁ କୃତଜ୍ଞ। ସମସ୍ତ ହକି କ୍ରୀଡ଼ାବିତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଚକ୍‍ ଦେ ଇଣ୍ଡିଆ”!

ମଙ୍ଗଳବାର ହକି ବଶ୍ୱକପର ଉଦଘାଟନୀ ସମାରୋହର ପ୍ରଥମ ଉତ୍ସବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିଲା। ଏହି ଉତ୍ସବରେ ବଲିଉଡ଼ର କିଙ୍ଗଖାନ୍‍ ଶାହାରୁଖଙ୍କ ସମେତ ଧକ୍‍ ଧକ୍‍ ଗର୍ଲ ମାଧୁରୀ ଦୀକ୍ଷିତ୍‍, ସଙ୍ଗୀତ ନିର୍ଦ୍ଦେଶକ ଏ.ଆର . ରହେମାନ ଓ ମଧ୍ୟ ଯୋଗ ଦେଇଥିଲେ।

Leave A Reply