ସଚିବଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣିବାରୁ ମହିଳାଙ୍କୁ ଚାକିରିରୁ ବିଦା କଲା କେନ୍ଦ୍ର ସାହିତ୍ୟ ଏକାଡେମୀ

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ଚାକିରୀରେ ଦୁଇ ବର୍ଷିଆ ପ୍ରୋବେସନ ସରିଥାନ୍ତା କିନ୍ତୁ ତା ପୂର୍ବରୁ ଚାକିରୀ ହରାଇବାଜୁ ପଡିଛି କେନ୍ଦ୍ର ସାହିତ୍ୟ ଏକେଡ଼େମୀରେ କାର୍ଯ୍ୟରତ ଜଣେ ମହିଳା ଉପସଚିବଙ୍କୁ। ସେ ଦୋଷ କରିଥିଲେ ଯେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କେ. ଶ୍ରୀନିବାସ ରାଓଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଏବେ ମଧ୍ୟ ତଦନ୍ତ ଜାରି ରହିବା ଓ ଦିଲ୍ଲୀ ହାଇକୋର୍ଟ ଅଭିଯୋଗକାରିଣୀଙ୍କୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ୩ ମାସ ପାଇଁ ସବୈତନିକ ଛୁଟିରେ ରହିବା ନିମନ୍ତେ ଅନୁମତି ପ୍ରଦାନ କରିବା ସତ୍ୱେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଅଭିଯୋଗକାରିଣୀ ୨୦୧୮ ଫେବୃଆରୀଠାରୁ ସାହିତ୍ୟ ଏକାଡେମୀରେ ଉପସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ଅନେକ ଥର ସଚିବ କେ. ଶ୍ରୀନିବାସ ରାଓଙ୍କ ଦ୍ୱାରା ଅନେକ ଥର ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଯୌନ ନିର୍ଯାତନା ସମେତ ଅଗ୍ରହଣୀୟ ଶାରୀରିକ ଏବଂ ଯୌନ ଇଙ୍ଗିତ ଭଳି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ସାହିତ୍ୟ ଏକାଡେମୀ ସଚିବ ବହୁ ସମୟରେ କାର୍ଯ୍ୟାଳୟ ବାହାରେ କାମ କରୁଥିବାରୁ, ଅଧସ୍ତନ କର୍ମଚାରୀ ହିସାବରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସହ ବାହାରକୁ ଯିବାକୁ ପଡିଥିଲା ଓ ସଚିବ କାମ ବାହାନାରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

Comments are closed.