ସହିଦ ନଗର ଥାନରେ ପୁଲିସଙ୍କୁ ଆକ୍ରମଣ ଘଟଣା ; ମୁଖ୍ୟ ଅଭିଯୁକ୍ତ ବିଜେଡି ଯୁବନେତା ଗିରଫ

0

ଭୁବନେଶ୍ୱର : ସହିଦ ନଗର ଥାନରେ ପଶି ପୁଲିସଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଜୁ ଜନତା ଦଳର ଯୁବନେତା ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲଣ କରାଯାଇଛି । ପୂର୍ବରୁ ଏହି ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ , ଗତ ୩ ତାରିଖ ଦିନ କିଛି ଯୁବକ ଭୁବନେଶ୍ୱରସ୍ଥିତ ସହିଦନଗର ଥାନାରେ ପଶି ଜଣେ ଅଭିଯୁକ୍ତଙ୍କୁ ମାଡ ମାରିଥିଲେ । ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଦୁର୍ବୃତ୍ତମାନେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଜଣେ ପୁଲିସ ଅଧିକାରୀ ଗୁରୁତର  ହୋଇଥିଲେ । ଏହା ସହ ଦୁର୍ବୃତ୍ତମାନେ ଥାନାରେ ଥିବା ଜିନିଷପତ୍ରକୁ ଭଙ୍ଗାରୁଜ୍ଜା କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହିଦ ନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply