ଜର୍ସି ପାଇଁ ପ୍ରସ୍ତୁତ ଶାହିଦ୍

ଆଉ ଅଧିକ ଦିନ ହାତବାନ୍ଧି ବସିବାକୁ ଚାହୁଁନାହାନ୍ତି ବଲିଉଡ କଳାକାରମା​ନେ। ମହାମାରୀ ସମୟରେ ସତର୍କ ଓ ସଚେତନ ରହି ସେମାନେ ସୁଟିଂକୁ ଓହ୍ଲାଇଛନ୍ତି। ଏବେ ସେହି ତାଲିକାରେ ଶାହିଦ୍ କପୁର ସାମିଲ ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ର ‘ଜର୍ସି’ ପାଇଁ ତାଙ୍କ ପ୍ରସ୍ତୁତି ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ପ୍ରକାଶ। ୧୫ଦିନିଆ କ୍ରିକେଟ୍ ତାଲିମ ନେବେ, ଏହା ପରେ ସୁଟିଂ ପାଇଁ ଡେରାଡୁନ୍ ଯିବେ। ସେଠାରୁ ଚଣ୍ଡିଗଡ଼ ଯିବେ ଶାହିଦ୍। ନିଜ ପରିବାର ପାଇଁ ସେ ସମସ୍ତ ସଚେତନତା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଜାନୁଆରୀରେ ଯେତେବେଳେ ସେ ଜର୍ସି ଚଳଚ୍ଚିତ୍ର ଚୁକ୍ତି କଲେ, ଫେବୃଆରୀ ଦ୍ବିତୀୟ ସପ୍ତାହରୁ ସୁଟିଂ ଆରମ୍ଭ ହେବାର ଥିଲା। ସୁଟିଂ ସ୍ଥାନକୁ ପୂରା ପରିବାର ସହ ଯିବାକୁ ମନସ୍ଥ କରିଥିଲେ ଶାହିଦ୍। ହେଲେ ବର୍ତ୍ତମାନର ପରିସ୍ଥିତି ଦେଖି ଶାହିଦ୍ ନିଜେ ଏକାକୀ ଯିବାର ସ୍ଥିର କରିଛନ୍ତି।

Comments are closed.