ରବିବାର ଅପରାହ୍ନରେ ପହଞ୍ଚିବ ସହିଦ୍ ଯବାନ ବ୍ରଜମୋହନଙ୍କ ପାର୍ଥିବ ଶରୀର

0

କେନ୍ଦୁଝର: ଛତିଶଗଡ ବିଜାପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଓଡିଆ ଯବାନ ବ୍ରଜମୋହନ ବେହେରା ସହିଦ୍ ହୋଇଛନ୍ତି । ରବିବାର ଅପରାହ୍ନରେ ତାଙ୍କ ପାର୍ଥିବ ଶରୀର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ଘସିପୁରା ବଳରାମପୁରରେ ପହଞ୍ଚିବ ବୋଲି ଜଣାପଡିଛି । ସହିଦ୍ ଯବାନଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଛତିଶଗଡର ବିଜେପୁରରେ ଆବାପଲ୍ଲୀ ଥାନା ଅନ୍ତର୍ଗତ ମୁରଡଣ୍ଡା ଗାଁରେ ଥିବା ସିଆରପିଏଫ ୧୬୮ବି ବଟାଲିୟନ୍ ଶିବିରର ଏକ କିମି ଦୂରରେ ନକ୍ସଲମାନେ ଲ୍ୟାଣ୍ଡଲାଇନ୍ ବିସ୍ଫୋରଣ କରିଥିଲେ । ଏଥିରେ ୪ ଜଣ ଯବାନ ସହିଦ୍ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବ୍ରଜମୋହନ ଦୁଇମାସ ପୂର୍ବରୁ ଛତିଶଗଡରେ ପୋଷ୍ଟିଂ ହୋଇଥିଲା ।

 

Leave A Reply