ରେଙ୍ଗାଲିରେ ସହିଦ ଦିବସ ପାଳିତ

ରେଙ୍ଗାଲି: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ଏହି ଦିବସକୁ ଆମେ ସହିଦ ଦିବସ ରୂପେ ପାଳନ କରିଥାଉ। ବରିଷ୍ଠ ନାଗରିକ ପରିଷଦ ଏବଂ ସ୍ୱାଧିନ ଏକତା ସଙ୍ଗଠନର ମିଳିତ ଆହ୍ୱାନ କ୍ରମେ ରେଙ୍ଗାଲି ବସଷ୍ଟାଣ୍ଡ ଠାରେ ସହିଦ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପୂଜା ଅର୍ଚ୍ଚନା କରାଯିବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଏବଂ ରାମଧୂନ୍ ଗାନ କରାଯାଇଥିଲ। ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଅନ୍ତର୍ଯାମୀ ପାଣିଙ୍କ ସଂଯୋଜନାରେ ପରିଚାଳିତ ସଭାରେ ବରିଷ୍ଠ ନାଗରିକ ପରିଷଦର ସଭାପତି ବସନ୍ତକୁମାର ନାଏକ, ପୂର୍ବର୍ତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ପୂର୍ବତନ ବିଆରସିସି ବିନୋଦ ବିହାରୀ ନନ୍ଦ, ବରିଷ୍ଠ ସମାଜସେବୀ ଶଶିଭୂଷଣ ସାହୁ। ଉଦୟଚନ୍ଦ୍ର ସାହୁ, ସ୍ୱାଧିନ ଏକତା ସଙ୍ଗଠନ ର ସଭାପତି ରାଜୀବ କୁମାର ମିଶ୍ର,ପୀତବାସ ତଣ୍ଡକାର, ଆଇନଜୀବୀ ବୃନ୍ଦାବନ ସାହୁ, ସୁବନଚାନ୍ଦ ସାହୁ, ଅମିତ ସାହୁ, ସାମ୍ବାଦିକ ନରେଶ ମହାଣା, ହରିଶ ସା, ବିହାରୀ କୁମୁରା, ସାଲେଗ୍ରାମ ସାହୁ ନହାବୀର ଶର୍ମା ପ୍ରମୁଖ ବହୁ ସଚେତନ ନାଗରିକ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ, ତ୍ୟାଗପୂତ ଜୀବନ ଏବଂ ସ୍ୱାଧିନତା ସଂଗ୍ରାମରେ ତାଙ୍କର ନେତୃତ୍ୱର ସ୍ମୃତି ଚାରଣ କରିଥିଲେ। ବକ୍ତାମାନେ ଗାନ୍ଧିଜୀଙ୍କ ଶାନ୍ତି ଏବଂ ଅହିଂସା ନୀତିର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.