ସର୍ବ କନିଷ୍ଠ ସ୍ୱାଧୀନତା  ସଂଗ୍ରାମୀ ସହିଦ ବାଜି ରାଉତ

0

ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲେଖାଯାଇଛି। ‘ସୁବାଷ ଚନ୍ଦ୍ର ବୋଷ’ ଠାରୁ ଆରମ୍ଭକରି ଓଡିଆ ପୁଅ ‘ବାଜି ରାଉତ’ ପର୍ଯନ୍ତ ଅନେକ ସଂଗ୍ରାମୀ  ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ତେବେ ଆସନ୍ତୁ ଜାଣିବା ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ।

ବାଜି ରାଉତ – ଭାରତ ସ୍ୱାଧୀନତା ସଂଗ୍ରାମର  ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ‘ବାଜି ରାଉତ’ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲା ନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ‘ବାଜି ରାଉତ’ଙ୍କ ଜନ୍ମ ସମୟରେ ଇଂରେଜ ମାନଙ୍କ ଶାସନରେ ସମଗ୍ର ଦେଶ ପରିଚାଳିତ ହେଉଥାଏ। ଢେଙ୍କାନାଳ ଜିଲା ଏଥିରୁ ବାଦ ପଡିବ ଯେ କିପରି? ଇଂରେଜମାନଙ୍କ ବରୁଦ୍ଧରେ ‘ପ୍ରଜାମଣ୍ଡଳ’ ଦ୍ୱାରା ଭୁବନ ପୁଲିସ ଥାନା ସମ୍ମୁଖରେ ଆନ୍ଦାଳନ ହେଉଥାଏ। ଜନ ଆକ୍ରୋଶକୁ ପୁଲିସ ଆୟତ କରି ନ ପାରି ଶେଷରେ ଗୁଳିଚାଳନା ଆରମ୍ଭ କରିଥିଲା। ଏହି ଗୁଳିଚାଳନାରେ ଦୁଇଜଣ ‘ପ୍ରଜାମଣ୍ଡଳ’ କାର୍ଯ୍ୟକର୍ତ୍ତା ନିହତ ହୋଇଥିଲେ। ଏହାଦ୍ୱାରା ‘ପ୍ରଜାମଣ୍ଡଳ’ କାର୍ଯ୍ୟକର୍ତ୍ତା ଓ ସାଧାରଣ ନାଗରିକ ମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା। ଶେଷରେ ପୁଲିସ ଏହି ଆନ୍ଦୋଳନକୁ  ନିୟନ୍ତ୍ରଣ କରିନପାରି ମଧ୍ୟରାତ୍ରରେ ଉକ୍ତ ସ୍ଥାନ ଛାଡି ପଳାୟନ କରିଥିଲା।

ବ୍ରାହ୍ମଣୀ ନଦୀରେ ଥିବା ନୀଳକଣ୍ଠପୁର ଘାଟରେ ଇଂରେଜ ମାନେ ମଧ୍ୟରାତ୍ରରେ ପହଁଞ୍ଚିଥିଲେ। ‘ପ୍ରଜାମଣ୍ଡଳ’ ପରି  ଛୋଟ ପିଲାମାନଙ୍କର ମଧ୍ୟ ‘ବାନରସେନା’ ନାମକ ଏକ ସଂଗଠନ ରହିଥାଏ। ଏହି ସଂଗଠନର କର୍ମୀଥିଲେ ‘ବାଜି ରାଉତ’। ଢେଙ୍କାନାଳରେ ପହଁଞ୍ଚିବା ପାଇଁ ଇଂରେଜମାନେ ଘାଟରେ ଥିବା ନାଉରିଆ ମାନଙ୍କୁ ନଦୀପାର କରିବାପାଇଁ କହିଥିଲେ। ୧୨ ବର୍ଷର ବାଳକ ବାଜି ରାଉତ ଇଂରେଜ ମାନଙ୍କୁ ନଦୀପାର କରି ଦେବାକୁ ମନା କରିଥିଲା। ଇଂରେଜମାନଙ୍କ ଆଦେଶକୁ ‘ବାଜି ରାଉତ’ ମାନି ନଥିବାରୁ ଇଂରେଜମାନେ ‘ବାଜି ରାଉତ’କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡରେ ‘ବାଜି ରାଉତ’ଙ୍କ ସମେତ ଅନ୍ୟ ଦୁଇ ବାନର ସେନା କର୍ମୀ ଲକ୍ଷଣ ମଲ୍ଲିକ ଓ ଫଗୁ ସାହୁ ନିହତ ହୋଇଥିଲେ।

‘ବାଜି ରାଉତ’ଙ୍କ ପରି ଭାରତରେ ଅନେକ ସ୍ୱାଧୀନତା ସଂଗ୍ରାମରେ ପ୍ରାଣ ହରାଇଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଗାଥା ଆଜିର ଯୁବପିଢୀଙ୍କୁ ଉତ୍ସାହିତ କରିବା ସହ ପ୍ରେରଣାଦାୟକ ହେବ।

Leave A Reply