ପାକିସ୍ତାନକୁ ଜାମ୍ମୁ-କାଶ୍ମୀର ଆବଶ୍ୟକ ନାହିଁ: ଆଫ୍ରିଦି

0

ଲଣ୍ଡନ : ପାକିସ୍ତାନ ସରକାର ଏହାର ୪ଟି ପ୍ରଦେଶକୁ ଚଳାଇବାରେ ଅସମର୍ଥ। ଏପରିସ୍ଥିତିରେ ପାକିସ୍ତାନ ପାଇଁ ଆଉ ଏକ ରାଜ୍ୟ ଜାମ୍ମୁ-କାଶ୍ମୀରର କୌଣସି ଆବଶ୍ୟକତା ନାହିଁ ବୋଲି ଦେଶର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି କହିଛନ୍ତି। ଲଣ୍ଡନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଫ୍ରିଦି ଦେଇଥିବା ଏପରି ମନ୍ତବ୍ୟ ପୁଣି ଥରେ ତାଙ୍କୁ ବିବାଦ ଘେରକୁ ଟାଣିଛି। ସେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରକୁ ପାକିସ୍ତାନ କିମ୍ବା ଭାରତ କାହାକୁ ଦିଆଯିବା ଉଚିତ ନୁହେଁ। ଜାମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରାଯିବା ଉଚିତ। ତେବେ ପାକିସ୍ତାନ ପାଇଁ ଜାମ୍ମୁ-କାଶ୍ମୀର ଆବଶ୍ୟକ ନାହିଁ ବା ପାକିସ୍ତାନ ଜାମ୍ମୁ-କାଶ୍ମୀର ଚାହେଁ ନାହିଁ ବୋଲି ଆଫ୍ରିଦି ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ଆଫ୍ରିଦି କହିଛନ୍ତି କାଶ୍ମୀରକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ ଦ୍ୱାରା ମାନବିକତା ଉଜ୍ଜୀବିତ ହେବ। ଲୋକମାନଙ୍କୁ ଅଯଥାରେ ପ୍ରାଣ ହରାଇବାକୁ ପଡିବ ନାହିଁ।

Leave A Reply