ଜାମ୍ମୁ-କାଶ୍ମୀରରେ ଘରେ ପଶି ସେନାର ଯବାନଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର .-  ସେନାର ଜଣେ ଯବାନଙ୍କ ଘରେ ପଶି ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ବାରାମୁଲାର ସୋପେରେ ଏହି ଘଟଣା ଘଟିଛି । 

ଯବାନ ଜଣଙ୍କ ଛୁଟିରେ ତାଙ୍କ ଘରକୁ ଯାଇଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ହତ୍ୟା କରିଥିବା ସୂଚନା ମିଳିଛି । ସହିଦ ହୋଇଥିବା ଯବାନଙ୍କ ନାମ ମହମ୍ମଦ ରଫି ୟାତୁ । ଆତଙ୍କବାଦୀମାନେ ତାଙ୍କ ଘରେ ପଶିବା ପରେ ଆଖିବୁଜା ଗୁଳି ବର୍ଷଣ କରିଥିଲେ ।  ଯବାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ରଫିଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.