ନିଜ ସାହିକୁ ନିଜେ ସାନିଟାଇଜ୍‍ କଲେ ଯୁବକ

କ.ନୂଆଗାଁ : ନିଜସ୍ୱ ଉଦ୍ୟମରେ ନିଜ ସାହିକୁ ସାନିଟାଇଜ୍‍ କରିଛନ୍ତି ଯଣେ ଉତ୍ସାହୀ ଯୁବକ। ଯୁବକଙ୍କର ଏଭଳି କାର୍ଯ୍ୟକୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଛନ୍ତି। ଯୁବକ ଜଣକ ହେଲେ ଚଣାପଦର ଗ୍ରାମର ଅଚ୍ୟୁତ୍‍ ବେହେରା।

ସୂଚନାଯୋଗ୍ୟ, ଦିନକୁ ଦିନ କ.ନୂଆଗାଁ ବ୍ଳକରେ ସ୍ଥାନୀୟ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ କେତେକ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି। ଏଥି ସହିତ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍‍ କରାଯାଇଥିବା ବେଳେ କ.ନୂଆଗାଁର ଚଣାପଦର ଗ୍ରାମରୁ ମଧ୍ୟ ସାନିଟାଇଜ୍‍ କରାଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ଭାବେ ଗ୍ରାମକୁ କରାଯାଇ ନଥିଲା। କେତେକ ଘରକୁ କେବଳ ସାନିଟାଇଜ୍‍ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହିତ ଏକ ପ୍ରକାର ଭୟବୀତ ହୋଇ ରହିଥିଲେ। ଏଭଳି ସ୍ଥଳେ ନିଜ ସାହିର କଥା ନିଜେ ଚିନ୍ତା କରି ଉତ୍ସାହି ଯୁବକ ଅଚ୍ୟୁତ ନିଜସ୍ୱ ଉଦ୍ୟମରେ ଚଣାପଦରରେ ଘରକୁ ଘର ଯାଇ ସାନିଟାଇଜ୍‍ କରିବା ସହିତ ଗ୍ରାମର ରାସ୍ତାକୁ ମଧ୍ୟ ସାନିଟାଇଜ୍‍ କରିଛନ୍ତି। ଅଚ୍ୟୁତଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ମଧ୍ୟ ତାଙ୍କୁ ସ୍ୱାଗତ କରାଯାଇଛି।

Comments are closed.