ଗୁରୁପ୍ରିୟାକୁ ମାଓବାଦୀଙ୍କ ବିରୋଧ: ନିର୍ମାଣ କଲେ ସହିଦ ସ୍ତୁପ

0

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ କୁରମାନୁର ଛକ ନିକଟରେ ମାଓବାଦୀମାନେ ସହିଦ ମାଓବାଦୀ ସ୍ତୁପ ସ୍ଥାପନ କରିଛନ୍ତି। ଏହି ସ୍ତୁପକୁ ମାଲକାନଗିରି କୋରାପୁଟ ବିଶାଖା ଡିଭିଜନ କମିଟି ପକ୍ଷରୁ ନିର୍ମାଣ କରାଯାଇଛି। ମାଓବାଦୀମାନେ ସ୍ତୁପ ନିର୍ମାଣ କରିବା ସହ ଏଥିରେ ଏକ ବ୍ୟାନର ଲଗାଇଛନ୍ତି। ଗୁରୁପ୍ରିୟା ସେତୁକୁ ବିରୋଧ କରିବା, ମାଓବାଦୀ ସଙ୍ଗଠନକୁ ସୁଦୃଢ଼ କରିବା, ଶହୀଦ ନକ୍ସଲଙ୍କ ସ୍ମୃତିକୁ ମନେ ପକାଇବା ଓ ନକ୍ସଲ ଚିନ୍ତାଧାରାକୁ ଆଗେଇ ନେବା ପାଇଁ ଏହି ବ୍ୟାନରରେ ଉଲ୍ଲେଖ କରିଛନ୍ତି। ଏହି ସ୍ତୁପଟି ପାପୁଲୁର ପଞ୍ଚାୟତରେ ନିର୍ମାଣ କରାଯାଇଛି। ଏହି ସ୍ତୁପଟିକୁ ସହିଦ ମାଓନେତ୍ରୀ ପୁନମ ଚାନ୍ଦଙ୍କ ନାମରେ ନାମିତ କରାଯାଇଛି। ଶହୀଦ ସପ୍ତାହର ତୃତୀୟ ଦିନ ମାଓବାଦୀମାନେ କୌଣସି ମାଓ ହିଂସା ନ ଘଟାଇ ସହିଦ ସ୍ତମ୍ଭ ଓ ବ୍ୟାନର ମାଧ୍ୟମରେ ପାଳନ କରିଛନ୍ତି।

Leave A Reply